ଭାରତର କରୋନା ମୁକାବିଲା : ଦୀର୍ଘ ଲଢେଇର ବ୍ୟାପକ ପ୍ରସ୍ତୁତି, ୯୧୬କୋଭିଡ୍‌ ଡାକ୍ତରଖାନା

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ ୨୧।୦୫: ସାରା ବିଶ୍ବ କରୋନା ମହାମାରୀ ଦ୍ବାରା କବଳିତ । ଭାରତ ମଧ୍ୟ ଏଥିରୁ ବାଦ୍ ପଡିନି । କରୋନା ଭାଇରସ୍ ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କରୋନା ଭାଇରସ୍ ବିସ୍ତାରକୁ ରୋକିବାକୁ ୪ ପର୍ଯ୍ୟାୟରେ ଦେଶବ୍ୟାପୀ ଲକ୍ ଡାଉନ୍ ମଧ୍ୟ ଘୋଷଣା କରାଯାଇଛି । ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି କୋଭିଡ୍ ହସ୍ପିଟାଲ, କୋଭିଡ୍ ହେଲ୍ଥ ସେଣ୍ଟରମାନ ମଧ୍ୟ ସ୍ଥାପନ କରାଯାଇଛି । ଯେଉଁଠାରେ କରୋନା ସଂକ୍ରମିତଙ୍କ ଚିରିତ୍ସା ସୁବିଧାରେ କରାଯାଉଛି ।

ଏଥିପାଇଁ ଦେଶରେ ୯୧୬ଟି କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯାଇଛି । ଏହି ୯୧୬ କୋଭିଡ୍ ହସ୍ପିଟାଲରେ ୧.୬୧ ଲକ୍ଷ ଆଇସୋଲେସନ ଶଯ୍ୟା ରହିଛି । ଏଥିରେ ୧୯,୩୦୪ଟି ଆଇସିୟୁ ଶଯ୍ୟା ମଧ୍ୟ ରହିଛି ।

ସେହିପରି ଦେଶରେ ୨୦୪୪ଟି କୋଭିଡ୍ ହେଲ୍ଥ ସେଣ୍ଟର ସ୍ଥାପନ କରାଯାଇଛି । ଏହି ହେଲ୍ଥ ସେଣ୍ଟରରେ ୧.୧୭ ଲକ୍ଷ ଆଇସୋଲେସନ ଶଯ୍ୟା ରହିଛି । ଏଥିରେ ୧୦,୫୨୯ ଆଇସିୟୁ ଶଯ୍ୟା ରହିଛି ।

ଦେଶରେ ୯,୫୩୬ କ୍ବାରେଣ୍ଟାଇନ୍ ସେଣ୍ଟର ଏବଂ ୬,୩୦୯ କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି । ଯେଉଁଥିରେ ୫.୬୪ ଲକ୍ଷ ଶଯ୍ୟା ରହିଛି ।

ଦେଶର ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ/କେନ୍ଦ୍ରୀୟ ସଂସ୍ଥାକୁ ୯୦.୨୨ ଲକ୍ଷ ଏନ୯୫ ମାସ୍କ ଏବଂ ୫୩.୯୮ ଲକ୍ଷ ପିପିଇ ଯୋଗାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.