ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ

Published By : Prameya-News7 Bureau | November 23, 2020 IST

ଭୁବନେଶ୍ଵର ୨୩।୧୧: ରାଜ୍ୟରେ କରୋନା ସଂକ୍ରମର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିତରେ ଟିକିଏ ଆଶ୍ଵସ୍ତି ଭାବ ଆସିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସୁନାହିଁ। ତେଣୁ  ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର ହେଉନାହିଁ। ମହାମାରୀ ତଳମୁହାଁ ହେବା ସହ ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୧୩ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୬,୭୧୬ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ସୋମବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ସୁନ୍ଦରଗଡ  ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ ଆରୋଗ୍ୟ  ହୋଇଛନ୍ତି। ମୟୂରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୁଳରୁ ୬୪, ଖୋର୍ଦ୍ଧାରୁ ୬୨, ନୂଆପଡାରୁ ୫୩, ସମ୍ବଲପୁରରୁ ୪୩, ବାଲେଶ୍ଵରରୁ ୩୭, ଝାରସୁଗୁଡାରୁ ୩୬, ବରଗଡରୁ ୩୫, କେନ୍ଦ୍ରାପଡାରୁ ୩୫, ଜଗତସିଂହପୁରରୁ ୩୨, କେନ୍ଦୁଝରରୁ ୨୯, ପୁରୀରୁ ୨୬, ଯାଜପୁରରୁ ୨୨, ବଲାଙ୍ଗୀରରୁ ୨୧ ଜଣ ସୁସ୍ଥ ହୋଇଛନ୍ତି।

ସେହି ପରି ଢେଙ୍କାନାଳରୁ ୧୫, କଳାହାଣ୍ଡିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ନୟାଗଡରୁ ୧୦, ଭଦ୍ରକରୁ ୮, କୋରାପୁଟରୁ ୮, ମାଲକାନଗିରିରୁ ୮, କନ୍ଧମାଳରୁ ୬, ସୋନପୁରରୁ ୫, ଦେବଗଡରୁ ୩, ଗଜପତିରୁ ୨, ରାୟଗଡାରୁ ୨ ଓ ବୌଦ୍ଧରୁ ୧ କରୋନାରୁ ମୁକ୍ତ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୪୬୨୯କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୫୭ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.