ଫୋନି ଉଜାଡିଦେଇଛି ଶିକ୍ଷା ଭିତ୍ତିଭୂମି : ଖୋର୍ଦ୍ଧା ଜିଲ୍ଲାର ୯୧୦ଟି ସରକାରୀ ସ୍କୁଲ କ୍ଷତିଗ୍ରସ୍ତ, ରଜ ପରେ କେମିତି ହେବ ପାଠପଢା ସେନେଇ ସମସ୍ତେ ଚିନ୍ତାରେ

Published By : Prameya-News7 Bureau | June 08, 2019 IST

ଖୋର୍ଦ୍ଧା ୮|୬: ଫୋନି ଉଜାଡ଼ିଦେଇଛି ଶିକ୍ଷା ଭିତ୍ତିଭୂମି । ଖୋର୍ଦ୍ଧା ଜିଲ୍ଲାର ୯୧୦ଟି ସରକାରୀ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । ରଜ ପରେ ସ୍କୁଲ ଖୋଲିବ । ହେଲେ ଏଯାଏଁ ମରାମତି କାମ ଆରମ୍ଭ ହୋଇନି ।

{"id":121000}

ଜିଲ୍ଲାର ଅନେକ ସ୍କୁଲର ଶ୍ରେଣୀ ଗୃହର ଆଜବେଷ୍ଟସ ଉଡ଼ିଯାଇଛି । ବିଦ୍ୟାଳୟ ପରିସରରୁ ବି ଏଯାଏଁ ଉଠିନି ଭାଙ୍ଗିପଡ଼ିଥିବା ଗଛ । ବାତ୍ୟାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ଭିତ୍ତିଭୂମି । ଫୋନି ତାଣ୍ଡବରେ ଖୋର୍ଦ୍ଧା ଜିଲ୍ଲାର ୯୧୦ଟି ସରକାରୀ ସ୍କୁଲର ହାଲ୍ ବେହାଲ୍ । ୧୩୨ ଟି ହାଇସ୍କୁଲ ଏବଂ ୭୭୮ଟି ପ୍ରାଥମିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି ।

{"id":121001}

ଜିଲ୍ଲାର ମୋଟ୍ ୧୩୪ଟି ଶ୍ରେଣୀ ଗୃହ ସମ୍ପୂର୍ଣ୍ଣ  ଭାଙ୍ଗି ଯାଇଥିବାବେଳେ ୨୦୯ ଟି କ୍ଲାସ ରୁମ୍ ଆଂଶିକ ଭାଙ୍ଗିରୁଜି ଯାଇଛି ।ତେବେ ରଜ ପରେ ସ୍କୁଲ ଖୋଲିବ । ହେଲେ ପିଲାଏ କୋଉଠି ବସି ପାଠ ପଢ଼ିବେ ? ଏଯାଏଁ ତ ମରାମତି କାମ ଆରମ୍ଭ ହେଲାନି ।

{"id":121002}

ମାସେରୁ ଅଧିକ ସମୟ ବିତିଲାଣି । ହେଲେ କାହାର ଏଯାଏଁ ଚେତା ପଶିଲାନି । ଏମିତି ଅବସ୍ଥାରେ ପାଠ ପଢ଼ା ବାଧାପ୍ରାପ୍ତ ହେବା ନିଶ୍ଚିତ । ସ୍କୁଲର ହାଲ୍ ଦେଖି ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଚିନ୍ତାରେ । ଆଉ ଜିଲ୍ଲାପାଳ ଚିରାଚରିତ ଉତ୍ତର ରଖି ମୁଣ୍ଡରୁ ଦାୟିତ୍ବ ଖସାଇଦେଲେ । । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.