ରାଜ୍ୟରେ ସୁସ୍ଥ ହେଲେ ୯୧ କରୋନା ସଂକ୍ରମିତ: କେଉଁ ଜିଲ୍ଲାରୁ କେତେ…?
3/06/2020 at 5:08 PM

ଭୁବନେଶ୍ବର୩/୬: ରାଜ୍ୟରେ ପୁଣି ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ସେମାନେ ହେଲେ ଦେବଗଡ଼ ଜିଲ୍ଳାରୁ ୨୨ ଜଣ, ପୁରୀରୁ ୧୬ ଜଣ, ନୟାଗଡରୁ ୧୫ ଜଣ, ବଲାଙ୍ଗୀରରୁ ୯ ଜଣ, ଅନୁଗୁଳରୁ ଜଣ, ବାଲେଶ୍ବରରୁ ୫ଜଣ, ଭଦ୍ରକରୁ ୩ ଜଣ, ସୁନ୍ଦରଗଡ଼ରୁ ୩ଜଣ ଏବଂ କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଏବଂ ବରଗଡ଼ରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୧୪୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୩୮୮ ଜଣ କରୋନା ଆକ୍ରାନ୍ତରେ ଶିକାର ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୬୩ ଜଣ କରୋନା କରୋନା ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହା ବ୍ୟତୀତ ରାଜ୍ୟରେ କରୋନା ଜିନିତ ଭାଇରସ୍ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।