କୋଟା ସରକାରୀ ହସ୍ପିଟାଲରେ ଶିଶୁ ମୃତ୍ୟୁ ଉପରେ ଲାଗୁନି ବ୍ରେକ୍‌, ମାସକରେ ଗଲାଣି ୯୧ ଜୀବନ

Published By : Prameya-News7 Bureau | December 31, 2019 IST

ରାଜସ୍ଥାନ୩୧/୧୨: ଏକ ମାସ ଭିତରେ ସରକାରୀ ହସ୍ପିଟାଲରେ ଗଲାଣି ୯୧ ଜଣ ଶିଶୁଙ୍କ ଜୀବନ। ରାଜସ୍ଥାନର କୋଟାରେ ଥିବା ସରକାରୀ ହସ୍ପିଟାଲରେ ୪୮ ଘଣ୍ଟା ଭିତରେ ପୁଣି ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲର ସୁପରିଟେଣ୍ଡଙ୍କୁ କାର୍ଯ୍ୟରୁ ବହିଷ୍କାର କରି ଦିଆଯାଇଛି। ଏହି ଘଟଣାରେ ରାଜସ୍ଥାନରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏକ ମାସରେ ୯୧ ଶିଶୁଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ରାଜସ୍ଥାନ ସରକାରଙ୍କୁ ଟାର୍ଗେଟ କରି ନାରାବାଜି ଦେବା ଆରମ୍ଭ କରି ଦେଇଛନ୍ତି।  ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି ଗତ ୬ ମାସ ଭିତରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ତେବେ ଶିଶୁଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରାଯିବ।

{"id":205090,"sizeSlug":"large"}

ଅନ୍ୟପଟେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ରାଜସ୍ଥାନ​‌ ସରକାରୀ ହସ୍ପିଟାଲରେ ପ୍ରାଥମିକ ସ୍ତରରେ ସ୍ବାସ୍ଥ୍ୟସେବା ବହୁତ ଦୁର୍ବଳ ରହିଛି। ଯାହାଫଳରେ ଅକାଳରେ ଶିଶୁମାନଙ୍କର ଜୀବନ ଯାଉଛି। ଡାକ୍ତର ଦୁଲରିୟାଙ୍କ କହିବା ଅନୁସାରେ ସରକାରୀ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନରେ ହୋଇଥିବାରୁ ଶିଶୁମାନଙ୍କ ମୃତ୍ୟୁ ଏକ ମୁଖ୍ୟ କାରଣ ହୋଇଥାଇପାରେ। ଏପରି କି ସରକାରୀ ହସ୍ପିଟାଲରେ ପ୍ରାଥମିକ ସେବାରେ ଅବହେଳା ଯୋଗୁ ବହୁତ ଲୋକଙ୍କ ମୃତ୍ୟୁ ହେଉଛି। ତେଣୁ ପ୍ରାଥମିକ ସେବାରେ ସୁଧାର ଆଣିବାକୁ ପଡ଼ିବ। ତେବେ ଯାଇ ପିଲାମାନଙ୍କ ସ୍ବାସ୍ଥ୍ୟସେବା ଠିକ୍ ଭାବେ ହୋଇ ପାରିବ।  ଶିଶୁଙ୍କ ଜନ୍ମ ହେବା ସମୟରେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଭାବେ ଯାଞ୍ଚ ହେବା ନିହାତି ଦରକାର ବୋଲି ଡାକ୍ତର ଦୁଲରିୟା କହିଛନ୍ତି।

{"id":205091,"sizeSlug":"large"}

 ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ କହିଛନ୍ତି ଯେ ଗତ ଛଅ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଲୋକମାନଙ୍କ ପାଇଁ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ସବୁବେଳେ ଚେଷ୍ଟା କରି ଆସିଛି। ଏକ  ମାସରେ ୯୧ଶିଶୁଙ୍କ ଜୀବନ ଯିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି। ଏ​‌ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.