Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ରାଜ୍ୟରେ କମୁଛି କରୋନାର ପ୍ରଭାବ, ଆଜି ସୁସ୍ଥ ହେଲେ ଆଉ ୯୦୫ ଆକ୍ରାନ୍ତ

22/11/2020 at 7:54 PM

ଭୁବନେଶ୍ଵର ୨୨।୧୧: ରାଜ୍ୟରେ କରୋନା ସଂକ୍ରମର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିତରେ ଟିକିଏ ଆଶ୍ଵସ୍ତି ଭାବ ଆସିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସୁନାହିଁ। ତେଣୁ  ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର ହେଉନାହିଁ। ମହାମାରୀ ତଳମୁହାଁ ହେବା ସହ ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦୫ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୫,୮୧୩ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡରୁ ସର୍ବାଧିକ ୯୨ ଜଣ ଆରୋଗ୍ୟଲାଭ କରିଛନ୍ତି। ଏହା ତଳକୁ କେନ୍ଦୁଝରରୁ ୬୦, କଟକରୁ ୫୯, ମୟୂରଭଞ୍ଜରୁ ୪୯, ଖୋର୍ଦ୍ଧାରୁ ୪୮, ଜଗତସିଂହପୁରରୁ ୪୩, ସମ୍ବଲପୁରରୁ ୪୩, କଳାହାଣ୍ଡିରୁ ୪୧, ନୂଆପଡାରୁ ୪୦, ଅନୁଗୁଳରୁ ୩୯, ଯାଜପୁରରୁ ୩୯, କେନ୍ଦ୍ରାପଡାରୁ ୩୯, ପୁରୀରୁ ୩୯, ବୌଦ୍ଧରୁ ୩୨ ଜଣ କରୋନା ମୁକ୍ତ ହୋଇଛନ୍ତି।

ସେହି ପରି ବାଲେଶ୍ଵରରୁ ୨୭, ବରଗଡରୁ ୨୭, ବଲାଙ୍ଗୀରରୁ ୨୬, ନୟାଗଡରୁ ୨୨, ଝାରସୁଗୁଡାରୁ ୨୦, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, ମାଲକାନଗିରିରୁ ୧୨, ଢେଙ୍କାନାଳରୁ ୧୧, ଭଦ୍ରକରୁ ୧୦, କୋରାପୁଟରୁ ୧୦, କନ୍ଧମାଳରୁ ୯, ସୋନପୁରରୁ ୭, ଦେବଗଡରୁ ୪, ଗଜପତିରୁ ୪ ଓ ରାୟଗଡାରୁ ୨ ଜଣ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୮୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୩୯୬୧କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୪୦ରେ ପହଞ୍ଚିଛି।

   Related Posts