Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୯୦୦୦ ତବଲିଗି ଜମାତ ଏବେ କ୍ଵାରେଣ୍ଟାଇନ୍‌ରେ , ୧୩୦୬ ବିଦେଶୀ : ଦିଲ୍ଲୀରେ ଦୁଇ ଜଣଙ୍କ ମୃତ୍ୟୁ

2/04/2020 at 9:03 PM

ନୂଆଦିଲ୍ଲୀ  ୨.୪-  ଦିଲ୍ଲୀର ନିଜାମଉଦ୍ଦିନ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିବା  ଦୁଇ ଜଣ ତବଲିଗି ଜମାତ ସଦସ୍ୟଙ୍କର ଗୁରୁବାର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ସାରାଦେଶର ବିଭିନ୍ନ ସ୍ଥାନରେ ରହିଥିବା  ତଥା ନିଜାମୁଦ୍ଦିନ୍‌ରୁ ଫେରିଥିବା ୯୦୦୦ ତବଲିଘି ଜମାତ କର୍ମୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି  କ୍ବାରେଣ୍ଟାଇନ୍‌ରେ  ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୩୦୬ ଜଣ ବିଦେଶି ନାଗରିକ ।

 ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରିୱାଲ ଆଜି ଦୁଇ ତବଲିଗି ଜମାତ କର୍ମୀଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେବା ସହ , କରୋନାରେ ଆକ୍ରାନ୍ତ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ।ଦିଲ୍ଲୀରେ ରହୁଥିବା ଏବଂ ନିଜାମୁଦ୍ଦିନର ତବଲିଗି ଜମାତ ମରକଜ ମସଜିଦ୍‌ରେ ଯୋଗ ଦେଇଥିବା ୨୩୪୬ ଜଣଙ୍କର କୋଭିଡ୍ ୧୯ ନମୁନା ପରୀକ୍ଷା କରାଯାଇଥିବା ମଧ୍ୟ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତେବେ ଗୁରୁତ୍ବପୂର୍ଣ୍ମ କଥାଟି ହେଲା, ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ଅନେକ କରୋନା ଆକ୍ରାନ୍ତ ହୋଇଥିବା ସମ୍ଭାବନା ବେଶି । ତାସହ ବର୍ତ୍ତମାନ ନିଜାମୁଦ୍ଦିନ୍‌ର ଧର୍ମସଭାରେ ସାମିଲ ତବଲିଗି ଜମାତ ସଦସ୍ୟମାନେ  ଦେଶରେ ସର୍ବବୃହତ ଏକକ ସଂକ୍ରମିତ ଉତ୍ସଭାବେ ଉଭା ହୋଇଛନ୍ତି ।ତେଣୁ ଅଧିକରୁ ଅଧିକ ଜମାତ ସଦସ୍ୟ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କୋଭିଡ୍ ୧୯ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଦିଲ୍ଲୀରେ ୨ ହଜାର ଜମାତ କର୍ମୀ ଥିବା ବେଳେ  ସେଥିରେ ପ୍ରାୟ ୨୫୦ ଜଣ ବିଦେଶୀ । ସେମାନଙ୍କ ମଧ୍ୟରୁ ୧୮୦୪ ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବା ବେଳେ , କରୋନା  ସନ୍ଦେହରେ ଲକ୍ଷଣ ଦେଖାଦେଇଥିବା ୩୦୨ ଜଣଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 ଏଥିମଧ୍ୟରେ ଆଣ୍ଡାମାନ ନିକୋବର, ଦିଲ୍ଲୀ, ଜାମ୍ମୁ, କାଶ୍ମୀର, ତାମିଲନାଡୁ , ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ,ଆସାମ, ଉତ୍ତରପ୍ରଦେଶ ଓ ପୁଡୁଚେରୀରେ ଜାମାତ ସଦସ୍ୟ ମାନଙ୍କୁ ଚିହ୍ନଟ କରାଯାଇଛି ।  ଏହି ସବୁ ରାଜ୍ୟରେ ୪୦୦ ଜଣଙ୍କୁ ଚିହ୍ନଟ କରାଯାଇଛି ।ଅନ୍ୟପକ୍ଷରେ ଓଡିଶା ଫେରିଥିବା ୧୭ ଜମାତ କର୍ମୀଙ୍କ ନମୁନା ନେଗେଟିଭ୍‌ ଆସିଛି।

 ତେବେ କେବଳ ତାମିଲନାଡୁରେ ୧୭୩ ଜଣ ଜମାତ କର୍ମୀଙ୍କ ନମୁନା ପଜିଟିଭ୍‌ ଆସିଛି । ସେହିପରି ଦିଲ୍ଲାରେ ୪୭, ରାଜସ୍ଥାନରେ ୧୧, ଆଣ୍ଡାମାନ ନିକୋବରରେ ୯ , ଆନ୍ଧ୍ରପ୍ରଦେଶରେ ୬୭, ତେଲେଙ୍ଗାନାରେ ୩୩, ଆସାମରେ ୧୬, ଏବଂ ଜାମ୍ମୁ-କାଶ୍ମୀର ଏବଂ ପୁଡୁଚେରୀରେ ୨୨ ଜଣକରୋନା ପଜିଟିଭ୍‌ ଜମାତ କର୍ମୀ ଚିହ୍ନଟ ହୋଇଛନ୍ତି । ଏବେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣ ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ସରକାର ତତ୍ପର ।  

   Related Posts