ଦେଶୀ ମଦ ଚାଲାଣ ବେଳେ ଅବକାରୀ ଚଢାଉ, ୩ ଗିରଫ

Published By : Prameya-News7 Bureau | May 22, 2019 IST

ଅନୁଗୋଳ ୨୨|୫:  ଅନୁଗୋଳ ଜିଲ୍ଲା ବଲାସିଂହା ପୁରୁଣାସାହିରୁ ୯ଶହ ଲିଟର ଦେଶୀ ମଦ ଜବତ ହୋଇଛି । ମଦ ଜବତ କରିଛି ଅନୁଗୋଳ ଅବକାରୀ ବିଭାଗ । ଦୁଇ ଜଣ ବେପାରି ଏବଂ ଜଣେ ଡ୍ରାଇଭରକୁ ଗିରଫ କରାଯାଇଛି । ଏହାସହ ଗୋଟିଏ ବୋଲେରୋ ଏବଂ ଗୋଟିଏ ସ୍କୁଟି ମଧ୍ୟ ଜବତ ହୋଇଛି । ସେମାନେ ଦେଶୀ ମଦ ଚାଲାଣ କରୁଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.