Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

୯୦୦ ପିଲା ଚିହ୍ନଟ ହେଲେ ଏଚଆଇଭି ପଜିଟିଭ୍, କାରଣ କ’ଣ ଜାଣନ୍ତୁ

26/10/2019 at 7:56 PM

ରୋଟୋଡେରୋ୨୬|୧୦: ନିକଟରେ ୟମନ ଦେଶରେ ୫ ହଜାର ଶିଶୁଙ୍କ ମୃତ୍ୟୁ କଥା ଆପଣ ଜାଣିଥିବେ। ଏବେ  ପାକିସ୍ତାନର ରୋଟାଡେରୋରେ ୧୧୦୦ ଜଣଙ୍କୁ ଏଚଆଇଭି ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପିଲାଙ୍କ ମାଆ-ବାପାମାନେ ଚିନ୍ତାରେ ପଡି ଯାଇଛନ୍ତି।  ସୂଚନାଯୋଗ୍ୟ ଯେ ଏପ୍ରିଲ ମାସରେ ପ୍ରଥମେ ରୋଟାଡେରୋରେ ଏଚଆଇଭି ଚିହ୍ନଟ କରାଯାଇଥିଲା। ଏହି ସଂକ୍ରମଣ ଏବେ ଚାରିଆଡ଼େ ମାଡିଯାଇଛି ।

ଗୋଟିଏ ସିରିଞ୍ଜର ବାରମ୍ବାର ବ୍ୟବହାର ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୧୦୦ ନାଗରିକ ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୦ ଜଣ ଏଚ୍‌ଆଇଭିରେ ଆକ୍ରାନ୍ତ ବା ଏଡ୍‌ସ ହୋଇଥିବା କଥା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୯୦୦ ଜଣଙ୍କ ବୟସ ୧୨ରୁ କମ୍‌ । ସୂଚନା ଅନୁସାରେ କେବଳ ୧୧୦୦ ବୋଲି ଅନୁମାନ କରାଯାଇଛି। କିନ୍ତୁ ବାସ୍ତବ ଚିତ୍ର ଏହାଠୁ ଅଧିକ ଭୟଭୟ ବୋଲି କୁହାଯାଉଛି।

ଏହି ଖବର ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ଧାଡ଼ି ହୋଇ ସେମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏମାନଙ୍କ ସଂକ୍ରମଣ ବୋଲି ଜଣାପଡିଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ଥିବା ହସ୍ପିଟାଲରେ ବାରମ୍ବାର ଗୋଟିଏ ସିରିଞ୍ଜକୁ ବ୍ୟବହାର କରିବା ଫଳରେ ଏପରି ହେବା କଥା ସୂଚନା ମିଳିଛି।

   Related Posts