ବିଜେପିକୁ ଭୋଟ ଦେବା ପାଇଁ ଅନୁରାଧା ପୌଡ଼ୱାଲ, ବିବେକ ଓବେରଏଙ୍କ ସମେତ ୯୦୦ ରୁ ଅଧିକ କଳାକାର କଲେ ଅପିଲ

Published By : Prameya-News7 Bureau | April 11, 2019 IST

ମୁମ୍ବାଇ ୧୧/୪ : ୧୭ତମ ଲୋକସଭା ଗଠନ ପାଇଁ ନିର୍ବାଚନ ଆଜିଠାରୁ ଆରମ୍ଭ ହୋଇଛି | ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ରାଜ୍ୟର ୯୧ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି | ଅଧିକରୁ ଅଧିକ ସଂଖ୍ୟକ ଲୋକ ଭୋଟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି | ଏହାସହ ୯୦୦ କଳାକାର ବିଜେପିକୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି |

{"id":102465}


ଏହି କଳାକାରଙ୍କ ମଧ୍ୟରେ ସାମିଲ ଅଛନ୍ତି ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡ଼ୱାଲ, ପଣ୍ଡିତ ଯଶରାଜ, ଗୁଲାମ ମୁସ୍ତାଫା ଖାନ, ବିବେକ ଓବେରଏ, କୋଏନା ମିତ୍ରା | ପାଖାପାଖି ୯୦୦ ଫିଲ୍ମ ହସ୍ତୀଙ୍କ ନାଁ ଏଥିରେ ସାମିଲ ଅଛି | ଏହି କଳାକାରମାନେ କହିଛନ୍ତି ଯେ, ଦେଶକୁ ଜଣେ ମଜବୁତ ସରକାର ଆବଶ୍ୟକ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦେଶରେ ଶାସନ ଜାରି ରହିବ ଦରକାର | ଦେଶକୁ ନରେନ୍ଦ୍ର ମୋଦିଙ୍କ ଭଳି ସୁଶାସକ ଦରକାର ବୋଲି କହିଛନ୍ତି କଳାକାର | ଦେଶକୁ ସୁଦୃଢ ସରକାର ଆବଶ୍ୟକ, ଦୁର୍ବଳ ନୁହେଁ | ଦେଶକୁ ଆତଙ୍କବାଦୀଙ୍କୁ ସାମ୍ନା କରିବା ପାଇଁ ସରକାର ମଜବୁତ ହେବା ଦରକାର | ଏହିଭଳି ପରିସ୍ଥିତିରେ ମୋଦି ସରକାର ଦେଶକୁ ନିହାତି ଆବଶ୍ୟକ ବୋଲି ଏହି କଳାକାରମାନେ ଅପିଲ କରିଛନ୍ତି |

{"id":102467}


ଏନେଇ ଏକ ସଂଯୁକ୍ତ ବୟାନ ଜାରି କରାଯାଇଛି | ବୟାନରେ କୁହାଯାଇଛି ଯେ, ଗତ ୫ ବର୍ଷରେ ଭାରତରେ ଏମିତି ସରକାର ଶାସନରେ ଥିଲା ଯିଏ ଦୁର୍ନୀତି ମୁକ୍ତ ସୁଶାସନ ଏବଂ ବିକାଶୋନ୍ମୁଖୀ ପ୍ରଶାସନ ଦେଇଛି | ଏହି ସଂଯୁକ୍ତ ବୟାନରେ ଶଙ୍କର ମହାଦେବନ, ତ୍ରିଲୋକୀ ନାଥ ମିଶା, ହଂସରାଜ ହଂସ ମଧ୍ୟ ସାମିଲ ଅଛନ୍ତି |

{"id":102464}


ପାଖାପାଖି ସପ୍ତାହେ ପୂର୍ବରୁ ଅମୋଲ ପାଲେକର, ନାସିରୁଦ୍ଦିନ ଶାହ, ଗିରିଶ କନ୍ନଡ଼, ଉସ ଗାଙ୍ଗୁଲୀଙ୍କ ସମେତ ରଙ୍ଗମଂଚର ୬୦୦ କଳାକାର ଚିଠି ଜାରି କରି ବିଜେପିକୁ ଭୋଟ ନଦେବା ପାଇଁ ଅପିଲ କରିଥିଲେ | ଏହାସହ ବିଜେପିର ସହଯୋଗୀ ଦଳକୁ ଶାସନରୁ ବେଦଖଲ କରିବା ପାଇଁ କହିଥିଲେ | ଏମାନେ କହିଥିଲେ ଯେ, ଦେଶ ଏବଂ ଦେଶର ସମ୍ବିଧାନ ଅସୁରକ୍ଷିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.