ମିଠା କିଣିବାକୁ ଦୋକାନକୁ ଯାଇଥିଲେ, ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଲେ ଲୁଟେରା

Published By : Prameya-News7 Bureau | August 04, 2021 IST

ବାଲିପାଟଣା ୦୪/୦୮: ବାଲିପାଟଣା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଟଙ୍କା ବ୍ୟାଗ୍ ବାଇକ୍ ରେ ଝୁଲାଇ ମିଠା ଦୋକାନକୁ ଯିବା ପରେ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଲେ ଲୁଟେରା । ମଙ୍ଗଳବାର ଦିନ ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ବନମାଳିପୁର ବଜାରରେ ।

ଭଅଁରାଗଡ଼ ଗ୍ରାମର ବିରଞ୍ଚି ନାରାୟଣ ପାତ୍ର ବନମାଳପୁର ୟୁକୋ ବ୍ୟାଙ୍କ ଶାଖାରୁ ୯ଠ ହଜାର ଟଙ୍କା ଉଠାଇ ନିଜ ଘରକୁ ଫେରୁଥିଲେ । ଟଙ୍କା ବ୍ୟାଗ୍ ବାଇକ୍ ରେ ଝୁଲାଇ ବନମାଳିପୁର ବଜାରର ଏକ ମିଠା ଦୋକାନକୁ ଯାଇଥିଲେ ବିିରଞ୍ଚ । ଏହି ସମୟରେ ବିରଞ୍ଚି ଙ୍କୁ ପିଛା କରୁଥିବା ଦୁଇ ଲୁଟେରା ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ । ଏ ନେଇ ବିିରଞ୍ଚି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.