Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆସୁଛି ଆଉ ୯୦ହଜାର କୋଭିସିଲ୍ଡ ଟିକା, ଆଜି ପହଞ୍ଚିବା ସୂଚନା

28/04/2021 at 11:23 AM

ଭୁବନେଶ୍ବର ୨୮।୪: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀମାନଙ୍କ ସହ ଆଲୋଚନା କରୁଛନ୍ତି । ମେ’ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ ସେବେ ଟିକାକରଣ ଆରମ୍ଭ ହେବ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେସନ ସାଇଟ୍ ମଧ୍ୟ ପ୍ରସ୍ତୁତ ଅଛି । ଆବଶ୍ୟକ ସ୍ଥଳେ ସେସନ ସାଇଟ୍ ବୃଦ୍ଧି କରାଯିବ ।

ସେପଟେ ରାଜ୍ୟରେ ଆଜି ଆଉ ୯୦ ହଜାର କୋଭିସିଲିଡ଼ ଟିକା ପହଞ୍ଚିବ । ମଙ୍ଗଳବାର ୬୧୭ ଟିକାକରଣ କେନ୍ଦ୍ରରେ ଟିକାକରଣ ହୋଇଥିଲା ।  ୬୫ ହଜାର ୭୭୬ ଜଣଙ୍କୁ ଟିକାକରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଦିଆଯାଇଛି ।  ଯାଜପୁର ଓ କେନ୍ଦୁଝରରେ ଆଜି ଟିକାକରଣ ବନ୍ଦ ରହିଛି । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲିଡ ଓ ୩.୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି ।

   Related Posts