Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ଲାଇକ୍‌ ବଢ଼ାଇବା ଆଶାରେ ଫଶିଗଲେ ୯୦ ଜଣ ଗାୟକ, ୧୦ କୋଟି ଟଙ୍କା ଠକି ନେଲେ ଦୁର୍ବୃତ୍ତ

20/09/2021 at 10:00 PM

ନୂଆଦିଲ୍ଲୀ, ୨୦/୦୯: ଦିଲ୍ଲୀର ଉତ୍ତର-ପଶ୍ଚିମ ଜିଲ୍ଲା ସାଇବର ସେଲ୍‌ ଷ୍ଟାର ମେକର ଆପ୍‌ରେ ଲାଇକ୍‌  ବୃଦ୍ଧି କରିବାକୁ ନେଇ ହୋଇଥିବା ୧୦ କୋଟିର ଠକୋଇର ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ପୋଲିସ୍‌ର ସାଇବର ସେଲ୍‌ ଜଣେ ଅଭିଯୁକ୍ତକୁ ମେଘାଳୟର ସିଲଙ୍ଗ୍‌ରୁ ଗିରଫ କରିଛି । ପାଖାପାଖି ୯୦ ଜଣ ଗାୟକଙ୍କ ଠାରୁ ଏହି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଥିବା ବେଳେ ଠକେଇର ଶିକାର ହୋଇଥିବା ଅନ୍ୟମାନଙ୍କ ବିଷୟରେ ପୋଲସ୍‌ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି ।

ଗିରଫ ଅଭିଯୁକ୍ତ ୪ ବର୍ଷ ଧରି ଏପରି ଠକେଇ କରୁଥିଲା । ପୋଲିସ୍‌କୁ ଅଭିଯୁକ୍ତ ବିରୋଧରେ ଫିରୋଜପୁରରୁ ସାଢ଼େ ୮ ଲକ୍ଷ ଏବଂ ଋଷି କେଶରେ ୨୪ ଲକ୍ଷ ଟଙ୍କାର ଠକେଇ ନେଇ ଅଭିଯୋଗ ଆସିଥିବା ଜାଣିବାକୁ ପାଇଛି ପୋଲିସ୍ । ସେ ମୁଖ୍ୟତଃ ଉପରକୁ ଉଠିବାକୁ ଚାହୁଁଥିବା ଗାୟକଙ୍କୁ ତାର ଶିକାର ବନାଉଥିଲା ।

ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିବା ସୂଚନା:

ପୋଲିସର ସୂଚନାନୁସାରେ, ସେପ୍ଟେମ୍ବର ୭ରେ ଏଫଆଇଆର ପଞ୍ଜୀକରଣ ସହିତ ସାଇବର ସେଲର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ସୁନୀଲ ଶର୍ମାଙ୍କ ତତ୍ତ୍ୱାବଧାନରେ ଏସଆଇ ବିରେନ୍ଦ୍ରଙ୍କ ସହ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଅଭିଯୁକ୍ତଙ୍କୁ ମୋବାଇଲ୍ର ଲୋକେସନ୍‌ ଅନୁସାରେ ସିଲଙ୍ଗରୁ ଗିରଫ କରିଥିଲା।

ଲାଇକ୍ ବଢ଼ାଇ ରୋଜଗାର

ଷ୍ଟାର୍ ମେକର୍ ଆପରେ ଲାଇକ୍ ବୃଦ୍ଧି ଦ୍ୱରା ଗୀତ ଗାଉଥିବା ବ୍ୟକ୍ତିଙ୍କ ସୁନାମ ବଢ଼ି ଥାଏ । ଏହା ସହିତ, ସେମାନେ ଲାଇକ୍ ଉପରେ ମଧ୍ୟ ପଏଣ୍ଟ ପାଆନ୍ତି । ଯାହାଫଳରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ କିଛି ଟଙ୍କା ଆସୁଥିଲା । ଗାୟକମାନେ ଲୋକପ୍ରିୟ ହେବା ଏବଂ ଟଙ୍କା କମାଇବା ଆଶାରେ ସହଜରେ ଏହି ଠକାମିର ଜାଲରେ ପଡ଼ୁଥିଲେ ।

ତେବେ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡିକ ଯାଞ୍ଚ କରାଯାଉଛି । ଏହାକୁ ଆଧାର କରି କୋଟି କୋଟି ଟଙ୍କାର କାରବାର ସାମ୍ନାକୁ ଆସିଛି । ଖାତା ଯାଞ୍ଚ ଆଧାରରେ ପୀଡିତଙ୍କୁ ଯୋଗାଯୋଗ କରାଯିବ। ଏହା ପରେ ପୀଡିତଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ୍‌ କହିଛି ।

   Related Posts