Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଚୀନ୍‌ର ସବୁଠୁ ବଡ଼ ଆଣବିକ କେନ୍ଦ୍ର ‘ଆଇନେଷ୍ଟ’ରୁ ଏକକାଳୀନ ୯୦ ବୈଜ୍ଞାନିକଙ୍କ ଇସ୍ତଫା, ପଡୁଥିଲା ସରକାରୀ ଚାପ

25/07/2020 at 3:46 PM

ବେଜିଂ ୨୫।୭:  ଚୀନ୍‌ର ସବୁଠୁ ବଡ ଆଣବିକ ଗବେଷଣା କେନ୍ଦ୍ର ‘ଇନିଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର ଏନେର୍ଜୀ ସେଫ୍ଟି ଟେକ୍ନୋଲଜି’ (ଆଇନେଷ୍ଟ)ରୁ ଏକକାଳୀନ ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରାୟ ୫୦୦ ବୈଜ୍ଞାନିକଙ୍କୁ ନେଇ କାମ କରୁଥିବା ଏହି ଆଣବିକ ଗବେଷଣା କେନ୍ଦ୍ରରୁ ଗତବର୍ଷ ୨୦୦ ବୈଜ୍ଞାନିକ ଇସ୍ତଫା ଦେଇ ପଳାଇଥିଲେ। ଏବେ ଅଚାନକ ୯୦ ଜଣଙ୍କ ଇସ୍ତଫା ପରେ ଗବେଷଣାଗାର ଏକରକମ ଅଚଳାବସ୍ଥାକୁ ଆସିଯାଇଛି।

୯୦ ଜଣ ବୈଜ୍ଞାନିକ ଗତ ଗୁରୁବାର ଏକକାଳୀନ ଇସ୍ତଫା ଦେବା ଲାଗି ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ସେମାନେ ଚାକିରୀରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଇସ୍ତଫା ନେଇ ସେମାନେ କୌଣସି କାରଣ ଦର୍ଶାଇ ନାହାନ୍ତି। ହେଲେ ସେମାନଙ୍କ ଇସ୍ତଫା ନିଷ୍ପତ୍ତି ପଛରେ ଅନେକ କାରଣ ଥିବାର ଏବେ ଚର୍ଚ୍ଚା ହେଉଛି। ଏଥିରେ ଯେଉଁଟି ପ୍ରମୁଖ କାରଣ ବୋଲି  କୁହାଯାଉଛିତାହା ହେଉଛି ଚୀନ୍‌ର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି।  ଏବେ ଆଣବିକ କେନ୍ଦ୍ରକୁ  କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ବେଳେ ବୈଜ୍ଞାନିକଙ୍କ ଉପରେ ଚାପ ପକାଇ କାମ କରାଉଛି। ଯାହାକୁ ନେଇ ଗତ ଜୁନମାସରେ ଆଇନେଷ୍ଟରେ କାମ କରୁଥିବା କର୍ମଚାରୀ ଓ ସେମାନଙ୍କ ପ୍ୟାରେଣ୍ଟିଂ ସଂସ୍ଥା ମଧ୍ୟରେ ବିବାଦ ଉପୁଜିଥିଲା।

ଏହାଛଡା ଏଠାରେ କାର୍ଯ୍ୟରତ ବୈଜ୍ଞାନିକଙ୍କୁ କାମ କରିବାର ସ୍ୱାଚ୍ଛନ୍ଦ୍ୟ ମିଳୁନଥିବା ବେଳେ ସେମାନେ ଆବଶ୍ୟକ କରୁଥିବା ଜରୁରି ସଂସାଧନ ଓ ସୁବିଧା ମଧ୍ୟ ପ୍ରଦାନ କରାଯାଉନାହିଁ। ଆଇନେଷ୍ଚ ହେଫି ଇନିଷ୍ଟିଚ୍ୟୁଟ୍ ଅଫ ଫିଜିକାଲ ସାଇନ୍ସ ଦ୍ୱାରା ପରିଚାଳିତ ହେଉଛି। ଏହା ଚାଇନିଜ୍ ଆକାଡେମୀ ଅଫ ସାଇନ୍ସ ନାମରେ ମଧ୍ୟ ଜଣାଯାଏ। ଏଠାରେ କାର୍ଯ୍ୟରତ ୮୦ ପ୍ରତିଶତ କର୍ମଚାରୀ ପିଏଚଡି ଡିଗ୍ରି ହାସଲ କରିଛନ୍ତି। ଚୀନକୁ ବିଜ୍ଞାନର ପାୱାର ହାଉସରେ ପରିବର୍ତ୍ତିତ କରିବା ଲାଗି ଗତବର୍ଷ ସରକାରଙ୍କ ଆହ୍ୱାନରେ ଆମେରିକା ଓ ୟୁରୋପର ବିଭିନ୍ନ ଗବେଷଣାଗାରରେ କାମ କରୁଥିବା ୧୬ ହଜାର ବୈଜ୍ଞାନିକ ଦେଶକୁ ଫେରିଆସିଥିଲେ।

ଯେଉଁ ବୈଜ୍ଞାନିକମାନେ ବିଦେଶରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଦେଶରେ ଗବେଷଣା ଲାଗି ବିଦେଶ ଭଳି ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେମାନେ ଦେଶକୁ ଫେରି ଆସିବା ପରେ ସେମାନଙ୍କ ଭ୍ରମ ଦୂର ହୋଇଛି। ଦେଶରେ ବୈଜ୍ଞାନିକ ଗବେଷଣା ଲାଗି ସରକାର କୌଣସି ସୁବିଧା ସୁଯୋଗ ଦେଉ ନଥିବା ସେମାନଙ୍କ ଇସ୍ତଫାର ମୂଳ କାରଣ ବୋଲି ଏବେ କୁହାଯାଉଛି। ୯୦ ଜଣଙ୍କ ଏକକାଳୀନ ଇସ୍ତଫା ପରେ ସଂସ୍ଥାରେ କାର୍ଯ୍ୟରତ ବୈଜ୍ଞାନିକଙ୍କ ସଂଖ୍ୟା ଏବେ ଶହେରୁ ବି ତଳକୁ ଖସିଯାଇଛି।   

   Related Posts