Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

Covid ଦ୍ୱିତୀୟ ଲହର ବଢ଼ାଇଲା ବିମାନ ଉଦ୍ୟୋଗର କ୍ଷତି, ଛିଡା ହୋଇଛନ୍ତି ଏୟାର ଏସିଆର ୯୦% ଜାହାଜ

10/06/2021 at 5:28 PM

ନୂଆଦିଲ୍ଲୀ ୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଏୟାର ଏସିଆର ପ୍ରାୟ ୨୦୦ ବିମାନ ଏବେ ବିଭିନ୍ନ ବିମାନ ବନ୍ଦରରେ ଛିଡା ହୋଇ ରହିଛନ୍ତି। ଏହି ସଂଖ୍ୟା ମୋଟ ଫ୍ଲିଟ୍‌ର ପ୍ରାୟ ୯୦ ପ୍ରତିଶତ ବୋଲି କମ୍ପାନୀ କହିଛି। କେବଳ ଭାରତ ନୁହେଁ ଏସିଆ ମହାଦେଶରେ ଏବେ କରୋନାର ପ୍ରକୋପ ଜାରି ରହିଛି। ଫଳରେ ଏବେ ଗୁରୁତର କ୍ଷତିର ସମ୍ମୁଖୀନ ହେବାକୁ ପଡୁଥିବା କମ୍ପାନୀ କହିଛି।

କମ୍ପାନୀର ମାଲେସିଆ ୟୁନିଟରେ କାର୍ଯ୍ୟରତ ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମାଲେସିଆ କମ୍ପାନୀର ସବୁଠୁ ବଡ ବଜାର। ତେବେ ଏଠାରେ ୧୦୫ଟି ବିମାନ ସହ କମ୍ପାନୀ ଲକଡାଉନରେ ରହିଛି।  ହୁଏତ ଅଗଷ୍ଟରେ ଉଦ୍ୟୋଗର ପରିସ୍ଥିତିରେ ସୁଧାର ଆସିପାରେ ବୋଲି ଏୟାର ଏସିଆର ମୁଖ୍ୟ ପରିଚାଳନା ଅଧିକାରୀ ଜାଭେଦ ଅନୱର ମଲ୍ଲିକ ଆଶାପୋଷଣ କରୁଛନ୍ତି। ସେତେବେଳେ କମ୍ପାନୀ ସମସ୍ତ ୧୭ଟି ଜାକ ଘରୋଇ ବିମାନ ବନ୍ଦର ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ କରିପାରିବ ବୋଲି ସେ କହିଛନ୍ତି।

ଏୟାର ଏସିଆ ଇଣ୍ଡିଆ ଭାରତରେ ୩୩ଟି ଏ-୩୨୦ ଏୟାର ବସ୍ ବିମାନର ସଞ୍ଚାଳନ କରୁଛି। ଏହି ସବୁ ବିମାନ ୧୯ଟି ଗନ୍ତବ୍ୟରେ ଯାତାୟାତ କରୁଥିବା ବେଳେ ଏଥିରେ ୩ଟି ନୂଆ ଏ-୩୨୦ ଏୟାର ବସ୍‌ ବିମାନ ମଧ୍ୟ ଅଛନ୍ତି। ତେବେ କରୋନା ଦ୍ୱିତୀୟ ଲହର ଭାରତରେ ବିମାନ ସେବାକୁ ଗୁରତ୍ର ପ୍ରଭାବିତ କରିଛି। ଏଥିରେ ଏୟାର ଏସିଆର କ୍ଷତି ୩୩୨ କୋଟି ଟଙ୍କାକୁ ଛୁଇଁଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।   

   Related Posts