ଛେଳିର ଗୋଡ ଖାଉଥିବା ୯୦ ପ୍ରତିଶତ ଲୋକେ ଜାଣିନଥାନ୍ତି ଏହି ବିଷୟରେ
20/10/2019 at 3:57 PM

ବିଭିନ୍ନ ଧର୍ମରେ କିଛି ଧାର୍ମିକ କାର୍ଯ୍ୟ ପୁରଣ କରିବା ପାଇଁ ଛେଳିର ବଳି ଚଢାଯାଏ। ପ୍ରଥମେ ଛେଳିକୁ ଖୁବ ସଜାଯାଏ ଓ ତା’ପରେ ବଳି ଚଢାଯାଏ। ବଳି ଦେବା ଦିନ ଛେଳିଙ୍କୁ ଏତେ ଚରାଯାଏ ଯେମିତି ତାଙ୍କର ସବୁଠୁ ଭଲ ଦିନ ହେଲେ ସେମାନେ ଜାଣି ନଥାନ୍ତି ଯେ, ସେହି ଦିନ ତାଙ୍କର ଅନ୍ତିମ ଦିନ ଥାଏ। ଏଥିପାଇଁ ବଲିକା ବକରା ବୋଲି ବି ହିନ୍ଦୀରେ ଢଗ ରହିଛି । ନିଜ ସ୍ବାର୍ଥ ପାଇଁ ମଣିଷ ଏପରି କରୁଥାଏ ବୋଲି ସେମାନେ ଜାଣିନଥାନ୍ତି। ବଲି କା ବକ୍ରା କୁହାଯାଉଥିବା ତ ଅଧିକାଂଶ ଲୋକେ ଶୁଣିଥିବେ।

ଯାହା ସବୁଦିନ ହେଉଥାଏ। ତେବେ ମାଂସ ଖାଉଥିବା ଲୋକଙ୍କ ମଧ୍ୟରୁ ସାଧାରଣତଃ ଅଧିକ ଲୋକେ ମଟନ ଖାଇବା ପସନ୍ଦ କରନ୍ତି। ଛେଳି ଗୋଡର ଗୋଟେ ସୁପ ତିଆରି ହୁଏ। ଏହି ଆଇଟମ ଖାଇବା ପାଇଁ ଲୋକେ ପସନ୍ଦ କରିଥାଆନ୍ତି। ଯଦି କିଏ କେବେ ଏହି ସୁପ୍ ପିଇନାହାନ୍ତି ତାହେଲେ ସେମାନେ ନିହାତି ପିଇବା ଜରୁରୀ। ତେବେ ମଟନ ଖାଉଥିବା ଲୋକେ ଜାଣିଥିବେ ଯେ, ଏହି ସୁପର ସ୍ୱାଦ ବହୁତ ଭଲ ଥିବ। ସ୍ବାଦିଷ୍ଟ ହେବା ସହ ଛେଳି ଗୋଡର ସୁପ ପିଇବା ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ।

ଏହି ସୁପରେ ଭରପୁର ମାତ୍ରାର ଆଇରନ ଥାଏ ଯାହା ଶରୀରରେ ରକ୍ତ ବୃଦ୍ଧି କରାଏ। ଏହା ବ୍ୟତୀତ ସୁପରେ ପ୍ରଚୁର ମାତ୍ରାର ଜିଙ୍କ ଥାଏ ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଏ। ଏହା ଦ୍ବାରା ଶରୀରରେ ଅଧିକ ରୋଗ ହୋଇନଥାଏ । ଏହି ସୁପ ପିଇଲେ ପାଚନ ପ୍ରକ୍ରିୟା ମଜବୁତ ହୋଇଥାଏ କାରଣ ଏଥିରେ ଜିଲେଟିନ ତତ୍ତ୍ବ ଥାଏ। ଏହା ଦ୍ବାରା ପେଟର ଅନେକ ସମସ୍ୟା ଦୂର ହୋଇଥାଏ। ଛେଳି ଗୋଡର ସୁପ ମାନସିକ ସନ୍ତୁଳନ ବଢାଏ ଯାହା ସ୍ମରଣ ଶକ୍ତି ମଜବୁତ କରିଥାଏ।