ଆସିଲା ଭଲ ଖବର, ସୁସ୍ଥ ହେଲେ ରାଜ୍ୟର ଆଉ ୯୦ କରୋନା ସଂକ୍ରମିତ

Published By : Prameya-News7 Bureau | May 29, 2020 IST

ଭୁବନେଶ୍ୱର, ୨୯|୦୫:   କରୋନା ମୁକାବିଲାରେ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆସିଛି । ଶୁକ୍ରବାର ଆହୁରି ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୯୭୭ରେ ପହଁଚିଛି ।

ଶୁକ୍ରବାର ସୁସ୍ଥ ହୋଇଥିବା ୯୦ ସଂକ୍ରମିତଙ୍କ ମଧ୍ୟରେ ଜଗତସିଂପୁରର ୨୩ଜଣ ଥିବା ବେଳେ ଯାଜପୁରର ୨୨, ଭଦ୍ରକର ୨୧ ଜଣ ରହିଛନ୍ତି । ସେହିପରି ଗଞ୍ଜାମର ୧୫, କଟକର ୩, ଖୋର୍ଧା ଓ ସମ୍ବଲପୁରର ୨ଜଣ ଲେଖାଏଁ ଓ ବାଲେଶ୍ୱର ଏବଂ ନୟାଗଡର ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୯୭୭ରେ ପହଁଚିଛି ।

wp:html /wp:html

ସୂଚନାଯୋଗ୍ୟ, ଆଜି ୬୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଶୁକ୍ରବାର ଚିହ୍ନଟ ହୋଇଥିବା ୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ସଂକ୍ରମିତ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୯ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ବାଲେଶ୍ବର ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ଜଣେ, କୋରାପୁଟ ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ ଜଣେ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.