Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

COVID 19ଯୋଗୁ ପାକିସ୍ତାନରେ ନିଯୁକ୍ତି ହରାଇପାରନ୍ତି ୯ ଲକ୍ଷ ଲୋକ:ADB

8/03/2020 at 5:15 PM

ମାଣ୍ଡାଲୁୟଙ୍ଗ:  ପାକିସ୍ତାନ ଲାଗି କରୋନା ଏବେ ନୂଆ ସମସ୍ୟା ଡାକି ଆଣିଛି। ଦେଶରେ ଭୂତାଣୁ ସଂକ୍ରମଣ ପରେ ଅର୍ଥବ୍ୟବସ୍ଥା ଏବେ ଅଧିକ ଗୁରୁତର ହେବ ବୋଲି ଆଶଙ୍କା କରାଗଲାଣି। ଏହି ସମୟରେ ଦେଶର ଅର୍ଥବ୍ୟବସ୍ଥାକୁ ୧.୬ରୁ ୬.୧ କୋଟି ଡଲାରର ହାନି ହୋଇପାରେ ବୋଲି ଫିଲପାଇନ୍ସସ୍ଥିତ ଏସିୟାନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଆଶଙ୍କା ପ୍ରକାଶ କରିଛନ୍ତି।

ଦେଶର ଅର୍ଥବ୍ୟବସ୍ଥାକୁ ଏହି ସମୟରେ ପ୍ରାୟ ୫ ବିଲିୟନ ଡଲାରର କ୍ଷତି ହୋଇପାରେ ବୋଲି ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ଆକଳନ କରାଯାଇଛି। ଏଥିଯୋଗୁ ଦେଶର ଜିଡିପି ହାର ହ୍ରାସ ସହ ୯ ଲକ୍ଷ ୪୬ ହଜାର ଲୋକେ ନିଯୁକ୍ତି ହରାଇପାରନ୍ତି। ତେବେ କେବଳ ପାକିସ୍ତାନ ନୁହେଁ ଏଥିରେ ସାରା ବିଶ୍ୱମଧ୍ୟ ପ୍ରଭାବିତ ହେବ ବୋଲି ବ୍ୟାଙ୍କ ସତର୍କ କରାଇଦେଇଛନ୍ତି।

ତେବେ କରୋନା ସଂକ୍ରମଣ ଯୋଗୁ ଯଦି ସବୁଠୁ ଅଧିକ କେଉଁ ଦେଶ ପ୍ରଭାବିତ ହେବ ତାହା ଚୀନ ବୋଲି ଏଡିବି କହିଛନ୍ତି। ଏହି ଦେଶରୁ କରୋନାର ଉତ୍ପତି ହୋଇଥିବା ବେଳେ ଭୂତାଣୁ ସଂକ୍ରମଣ ପରଠାରୁ ଦେଶ ସ୍ଥାଣୁ ପାଲଟିଯାଇଛି। ରପ୍ତାନୀ ବନ୍ଦ ଥିବା ବେଳେ ଦେଶର ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। ତେବେ କରୋନା ଯୋଗୁ ବୈଶ୍ୱିକ ଜିଡିପିରେ ୦.୧ ପ୍ରତିଶତରୁ ୦.୪ ପ୍ରତିଶତ ହ୍ରାସର ଆକଳନ କରିଛନ୍ତି ଏଡିବି।

   Related Posts