Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

୯୦ କିଲୋର ସୋନାକ୍ଷୀ ସିହ୍ନା ଏହିଭଳି କମାଇଲେ ତାଙ୍କର ୩୦ କିଲୋ ଓଜନ, ଜାଣନ୍ତୁ

15/09/2019 at 6:07 PM

ମୁମ୍ବାଇ୧୫|୯: ବଲିଉଡର ଚୁଲବୁଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଫିଲ୍ମ ପାଇଁ ୩୦ କିଲୋ ଓଜର କମାଇଥିଲେ। ପୂର୍ବରୁ ସୋନାକ୍ଷୀଙ୍କ ଓଜନ ୯୦ କିଲୋ ଥିଲା। ଦବଙ୍ଗ ହିରୋ ସଲମନ ଖାନ ଓଜନ କମାଇବା ଲାଗି ତାଙ୍କୁ ପରାମର୍ଶ ଦେଇଥିଲେ। ଏବେ ବଲିଉଡରେ ସ୍ଲିମ ହିରୋନ ଭାବେ ସୋନାକ୍ଷୀଙ୍କୁ ସବୁ ଦର୍ଶକ ଜାଣନ୍ତି।

ଏକ ସାକ୍ଷାତକାର ସମୟରେ ସୋନାକ୍ଷୀ ତାଙ୍କ ସ୍ଲିମ ହେବାର ରାଜ ଖୋଲିଛନ୍ତି। ସେ କହିଛନ୍ତି, ଓଜନ କମାଇବା ପାଇଁ ଶାହିଦ୍ କପୂରଙ୍କ ଜିମ୍‌ ଟ୍ରେନରଙ୍କ ସହାୟତା ସେ ନେଇଥିଲେ। କାର୍ଡିଓ ଏକ୍ସରସାଇଜ୍, ସାଇକିଲିଂ, ସ୍ବିମିଙ୍ଗ, ପ୍ଲେଇଂ ଟେନିସ୍ ଓ ହଟ୍ ଯୋଗ ଦ୍ବାରା ତାଙ୍କର ଓଜନ କମାଇଥିଲେ ବୋଲି ସୋନାକ୍ଷୀ କହିଛନ୍ତି। ଖାଦ୍ୟପେୟ ଉପରେ ମଧ୍ୟ ସୋନାକ୍ଷୀ ଧ୍ୟାନ ଦେଇଥିଲେ। ସୋନାକ୍ଷୀ ନିଜକୁ ହାଇଡ୍ରେଡ ରଖିବା ପାଇଁ ପ୍ରଚୁର ପାଣି ମଧ୍ୟ ପିଇବା ଆରମ୍ଭ କରିଦେଇଥିଲେ।

ଏକ୍ସରସାଇଜ ପାଇଁ ସେ ହାଇ ପ୍ରୋଟିନ ଓ ଲୋ-କର୍ବ ଡାଇଟ୍ ନେଇଥିଲେ। ସୋନାକ୍ଷୀଙ୍କ କମର ପତଳା କରିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ। ସୋନାକ୍ଷୀ ବିଳମ୍ବ ରାତିରେ ଡିନର କରିବା ବଦଳରେ ଶୀଘ୍ର କରୁଥିଲେ। ଏହାସହ ରାତିରେ ବିଳମ୍ବରେ​‌ ନଶୋଇ ଶୀଘ୍ର ହୋଇ ପଡୁଥିଲେ। ତାଙ୍କ ଓଜନ କମାଇବା ପାଇଁ  ସୋନାକ୍ଷୀ ସକାଳୁ କଣ କରୁଥିଲେ ଜାଣନ୍ତୁ…

ସୋନାକ୍ଷୀ ସକାଳୁ ଉଠି ପ୍ରଥମେ ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଉଥିଲେ। ବ୍ରେକ ଫାଷ୍ଟରେ ଶୁଖିଲା ଖାଦ୍ୟ ସହ ଗୋଟେ କପ୍ ଗ୍ରୀନ ଟି ସେ ପିଉଥିଲେ। ମଧ୍ୟାହ୍ନ ଭୋଜନରେ ସେ ସାଲାଡ୍‌ ସହ ଘର ତିଆରି ରୁଟି ଖାଉଥିଲେ। ବାହାର ଖାଦ୍ୟ ଖାଇବା ସେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ସନ୍ଧ୍ୟାରେ ଗୋଟେ କପ୍‌ ଗ୍ରୀନ ଟି ଓ ଫଳ ଖାଇବା ସହ ରାତ୍ର ଭୋଜନରେ ପନିପରିବା ଓ ମାଛ ଖାଉଥିଲେ।

   Related Posts