Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ସ୍ଥିତି ଅସମ୍ଭାଳ, ଚେନ୍ନାଇରେ ଗୋଟିଏ ହସ୍ପିଟାଲର ୯୦ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ

13/06/2020 at 9:04 PM

ଚେନ୍ନାଇ ୧୩।୦୬: କରୋନାରେ ଦେଶର ସ୍ଥିତି ଦୟନୀୟ ହେବାରେ ଲାଗିଛି। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିରେ କରୋନା ଲଢେଇରେ ଆଗ ଧାଡିର ଯୋଦ୍ଧା ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି। ଏହି କ୍ରମରେ ତାମିଲନାଡୁ ରାଜଧାନୀ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲରେ ୧୦ ଦିନରେ ପ୍ରାୟ ୯୦ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହି ସବୁ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଶନିବାର ସରକାରୀ ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ, ଶନିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ ଆଇଏଏନଏସକୁ କହିଛନ୍ତି, ୧୦ ଦିନରେ ପ୍ରାୟ ୮୦ ରୁ ୯୦ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବାଦ୍ ଦେଲେ ଅନ୍ୟ ଡାକ୍ତର ବିଭିନ୍ନ ବିଭାଗର ଅଟନ୍ତି।

ଡାକ୍ତରଙ୍କ ଅଭାବକୁ ନେଇ ଅଧିକାରୀ କହିଛନ୍ତି ପ୍ରାୟ ୩୦୦ ଡାକ୍ତରଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ଆହୁରି ୫୦୦ ଶଯ୍ୟା ବଢାଯାଉଛି। ଏହି ସବୁ ଶଯ୍ୟା ଗୋଟିଏ କି ଦୁଇଟି ଦିନରେ ପ୍ରସ୍ତୁତ ହୋଇଯିବ। ରାଜ୍ୟର ସରକାରୀ ହସ୍ପିଟାଲରେ କରୋନା ଓ୍ଵାର୍ଡରେ କାମ କରୁଥିବା ଡାକ୍ତର ଓ ନର୍ସ ସଂକ୍ରମିତ ହେଉଥିବା ସେ କହିଛନ୍ତି।

ଅଧିକାରୀ କହିଛନ୍ତି, ଆମକୁ ଠିକ୍‌ରେ ଖାଇବା ଏବଂ ଶୋଇବାରେ ତିନି ମାସ ହୋଇ ଗଲାଣି। ଆମେ ପରିବାର ସଦସ୍ୟଙ୍କ ସହ ଠିକ୍‌ରେ କଥା ହୋଇ ପାରୁନାହୁଁ। ପରିବାର ସହିତ କଥାବାର୍ତ୍ତା ହ୍ଵାଟ୍ସଆପ୍ ଓ ଅନ୍ୟ ମାଧ୍ୟମରେ ହେଉଛି।

   Related Posts