ବିଲ୍ଡିଂ ନିର୍ମାଣରେ ଲାଗିଗଲା ୯ ବର୍ଷ, କ୍ଷୁବ୍ଧ ନୀତିନ ଗଡକରୀ ଏମିତି ନେଲେ ଅଧିକାରୀଙ୍କ ‘କ୍ଲାସ’, ଜାଣନ୍ତୁ କ'ଣ କହିଲେ…

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮।୧୦: କେନ୍ଦ୍ରର ମୋଦୀ ସରକାରରେ ନୀତିନ ଗଡକରୀ ସଡକ ପରିବହନ ଏବଂ ଜାତୀୟ ମାର୍ଗ ମନ୍ତ୍ରଣାଳୟ ସମ୍ଭାଳୁଛନ୍ତି। ନୀତିନ ଗଡକରୀ ନରେନ୍ଦ୍ର ମୋଦୀଙ୍କ ସେହି ମନ୍ତ୍ରୀଙ୍କ ମଧ୍ୟରେ ସାମିଲ ଯିଏ ଦ୍ରୁତ ଗତିରେ ସର୍ବୋତ୍ତମ ପ୍ରଦର୍ଶନ କରି ଯୋଜନାକୁ ତ୍ଵରାନ୍ଵିତ କରିବାରେ ପରିଚିତ। ଗଡକରୀଙ୍କ ନେତୃତ୍ଵରେ ଦେଶରେ ଦ୍ରୁତ ଗତିରେ ବିଭିନ୍ନ ହାଇଓ୍ଵେର ନିର୍ମାଣ ଚାଲିଛି। ହେଲେ ନିଜ ମନ୍ତ୍ରଣାଳୟରେ କିଛି ଅଧିକାରୀଙ୍କ ମନ୍ଥର କାମ କରିବାର ଶୈଳୀକୁ ଗଡକରୀ ହଜମ କରି ପାରୁନାହାନ୍ତି।

ଦୁଇ ଦିନ ପୂର୍ବେ ଏନଏଚଆଇର ଏକ ନୂତନ ଭବନର ଉଦ୍‌ଘାଟନରେ ନୀତିନ ଗଡକରୀ ଅଧିକାରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଗଡକରୀ ଏକ କୋଠାର ନିର୍ମାଣରେ ୯ ବର୍ଷ ବିଳମ୍ବ କାରଣରୁ ଖୁବ୍ ଅସନ୍ତୁଷ୍ଟ ଥିଲେ। ସେ ଏମିତି ଧିମା ନିର୍ମାଣ ପାଇଁ ଦାୟୀ ଅଧିକାରୀଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ଏମିତି ଅଧିକାରୀଙ୍କ ଫଟୋ ଲଗାଇବା ଉଚିତ୍। ଏମିତି ଅଧିକାର ଏନପିଏ, ଲଜ୍ଜା ଆସିବା ଦରକାର ଏମିତି ଅଧିକାରୀଙ୍କ ଉପରେ।

ଗଡକରୀ କହିଛନ୍ତି, ଚିନ୍ତା କରୁଛି ମୁଁ ଆପଣଙ୍କୁ କେମିତି ସ୍ଵାଗତ କରିବି। ୨୦୦ରୁ ୨୫୦ କୋଟି ଟଙ୍କାର କାମ। ଗୋଟିଏ କାମ ପାଇଁ ଦୁଇ ସରକାର ଏବଂ ଆଠ ଚେୟାରମ୍ୟାନ ଲାଗିଲେ। ଏଥିପାଇଁ ମୋତେ ଲଜ୍ଜା ଲାଗୁଛି। ବର୍ତ୍ତମାନ ଚେୟାରମ୍ୟାନଙ୍କ ଭୁଲ୍ ନାହିଁ କିନ୍ତୁ ପୂର୍ବେ ଥିବା ଚେୟାରମ୍ୟାନଙ୍କ ପାଇଁ ଏମିତି ସ୍ଥିତି ଉପୁଜିଲା। ରିସର୍ଚ୍ଚ ପୁସ୍ତିକା ତିଆରି କରିବା ଉଚିତ୍ ଏବଂ ସେହି ଅପାରଗଙ୍କ ଫଟୋ ବିଲ୍ଡିଂରେ ଲଗାଇବା ଉଚିତ୍।

କେବଳ ଏତିକିରେ ଅଟକିନଥିଲେ ଗଡକରୀ, ସେ କହିଛନ୍ତି ଏନଏଚଆଇରେ ୧୨/୧୩ ବର୍ଷରୁ ବିକୃତ ମାନସିକତାର ଲୋକ ରହିଛନ୍ତି। ଏମାନେ ସବୁ ନିର୍ମାଣ ତ କରନ୍ତି ନାହିଁ କିନ୍ତୁ କାମରେ ଜଟିଳତା ଉତ୍ପନ କରନ୍ତି। ନକରାତ୍ମକ ଏବଂ ବିକୃତ ମାନସିକତାର ଅଧିକାରୀର ବିଚାର ବିଷକନ୍ୟା ପରି। ସିଜିଏମ ଓ ଜିଏମର ପରମ୍ପରା ବେପରୁଆ ଓ ଅପାରଗଙ୍କ ପାଇଁ।

ସେ କହିଛନ୍ତି ଏନଏଚଆଇର ଭ୍ରଷ୍ଟ, ଅପାରଗ ଓ ଅକ୍ଷମ ଅଧିକାରୀ ଏତେ ଶକ୍ତିଶାଳୀ ଯେ, ମନ୍ତ୍ରଣାଳୟ କହିବା ପରେ ମଧ୍ୟ ଭୁଲ ନିର୍ଣ୍ଣୟ ନେଉଛନ୍ତି। ଏନଏଚଆଇରେ ଏମିତି ଏନପିଏ ଅଧିକାରୀ ରହିଛନ୍ତି, ଯେଉଁମାନେ କେଞ୍ଚୁଆ ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି। ସେମାନଙ୍କ ସଂରକ୍ଷଣ କରାଯାଏ ଏବଂ ବଡ କରାଯାଏ। ନୀତିନ ଗଡକରୀ କହିଛନ୍ତି ଏମିତି ନକରାତ୍ମକ, କାମ କରୁନଥିବା ଅଧିକାରୀଙ୍କୁ ଦଣ୍ଡ ଦେବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ। ଏନଏଚଆଇରେ ଗଧ ଓ ଘୋଡା ସହିତ ଏକ ପ୍ରକାରର ବ୍ୟବହାର କରାଯାଉଛି। ଏବେ ଏମିତି ଅପାରଗ, ଅଯୋଗ୍ୟ ଅଧିକାରୀଙ୍କ ଉଚିତ୍ ଶାସ୍ତି ଦେବି ବୋଲି ଗଡକରୀ କ୍ଷୋଭଭରା କଣ୍ଠରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.