ଲଗାତାର ୩ ବର୍ଷ ଧରି ୯ ବର୍ଷର ଝିଅକୁ ଦୁଷ୍କର୍ମ

Published By : Prameya-News7 Bureau | June 02, 2018 IST

କଟକ ଚୌଦ୍ବାରରେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରୁଛି ବାପା | ପୁଣି ଏହି କାରବାରରେ ନିଜ ସାଙ୍ଗକୁ ସାମିଲ କରିଥିଲା କାମୁକ ରାକ୍ଷସ | ଅଭିଯୁକ୍ତ ଲମ୍ବୋଦର ନାଏକ ଡେରାଡୁନରେ ଚାକିରୀ କରୁଥିଲା | ଝିଅକୁ ୬ ବର୍ଷ ହେବେ ବେଳେ ବାପାର ଲୋଲୁପ ଦୃଷ୍ଟି ପଡିଥିଲା | ସେବେଠୁ ନାବାଳିକାକୁ ଶୋଷଣ କରିଚାଲିଥିଲେ ବାପା | ତେବେ ଘରେ ସୁବିଧା ନହେବାରୁ ଜଣେ ସାଙ୍ଗ ଘରକୁ ନେଇ ଝିଅ ସହ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ | ଏ ଦୃଶ୍ୟ ଦେଖି ସାଙ୍ଗ ମଧ୍ୟ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା | ତେବେ ସ୍ୱାମୀର କାର୍ଯ୍ୟକଳାପ ଉପରେ ସନ୍ଦେହ କରିଥିଲେ ସ୍ତ୍ରୀ | ଏ ନେଇ ଡେରାଡୁନ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଫେରାର ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.