"ମୁଁ କସାଵର ଝିଅ ଥିଲି"- ୨୬/୧୧ ଆକ୍ରମଣରେ ବଂଚି ଯାଇଥିବା ୯ ବର୍ଷୀୟ ଦେଵିକା ; ଜାଣନ୍ତୁ କିଏ...

Published By : Prameya-News7 Bureau | November 26, 2018 IST

୧୦ ବର୍ଷ ପୁରିଛି ୨୬/୧୧ ମୁମ୍ବାଇ ଆକ୍ରମଣକୁ | ଆକ୍ରମଣ ବେଳେ ବର୍ତ୍ତୀ ଯାଇଥିବା ୯ ବର୍ଷ ବୟସ୍କା ଦେଵିକା ସେହି ନସମାୟାର ରୋମ ଟାଙ୍କୁରା ଦୃଶ୍ୟକୁ ମାନେ ପକେଇ କହିଲେ "ମୁଁ କସାଵର ଝିଅ ଥିଲି" | ୨୦୦୮ ମସିହା ନଭେମ୍ବର ୨୬ ତାରିଖ ଦେଶବାସୀ ଏବଂ ମୁମ୍ବାଇବାସିଙ୍କ ପାଇଁ ଥିଲା ଅତ୍ୟନ୍ତ ଭୟଙ୍କର | ସମୁଦ୍ର ବାଟ ଦେଇ ମୁମ୍ବାଇ ଭିତରକୁ ପଶିଥିଲେ ଆତଙ୍କବାଦୀ ଏବଂ ଆରମ୍ଭ କରିଥିଲେ ସହରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା ଏବଂ ଆତଙ୍କରାଜ | ଆକ୍ରମଣରେ ପାଖାପାଖି ୧୬୬ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ | ଆକ୍ରମଣରେ କିଛି ଆମେରିକୀୟ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ | ଯେଉଁମାନେ ଆକ୍ରମଣରେ ବଂଚିଯାଇଥିଲେ ସେମାନଙ୍କ ମଧ୍ୟରୁ ୯ ବର୍ଷ ବୟସ୍କ ଦେଵିକା ଜଣେ | ସେ କସାଵକୁ ଚିହ୍ନିବରେ ମୁମ୍ବାଇ ପୋଲିସକୁ ସାହାଯ୍ୟ କରିଥିଲେ | ସେହିଦିନର ସେହି ଆକ୍ରମଣ ଘଟଣାକୁ ସେ ଆଜି ବି ମାନେ ରଖିଛନ୍ତି | ୯ ବର୍ଷର ନାବାଳିକା ଦେଵିକା ନଟବରଲାଲ, ଛତ୍ରପତି ଶିବାଜୀ ଟର୍ମିନସରେ କସାଵର ଫାଇରିଂ ବେଳେ ଦେଵିକାଙ୍କ ଗୋଡ଼ରେ ଗୁଳି ବାଜିଥିଲା | ଛତ୍ରପତି ଷ୍ଟେସନ ଆକ୍ରମଣରେ ସେ ଜଣେ ଯିଏକି ଜୀବନ୍ତ ଫେରିଥିଲେ | ସରକାରୀ ଓକିଲ ଉଜ୍ଜ୍ୱଳ ନିକମ ଦେଵିକାଙ୍କୁ ନେଇଥିଲେ କୋର୍ଟକୁ କସାଵକୁ ଚିହ୍ନିବରେ | ବୈଶାଖୀ ସାହାଯ୍ୟରେ ସେ ଆସିଥିଲେ କୋର୍ଟକୁ କସାଵକୁ ଚିହ୍ନିବା ପାଇଁ | ନ ଥିଲା ତାଙ୍କ ଆଖିରେ ଦ୍ୱାରା ନା ଥିଲା ଭୟ | କାଇଁ ନା ମୃତ୍ୟୁକୁ ସେ ବହୁତ ପାଖରୁ ଦେଖିଲେ | କୋର୍ଟ ମଝିରେ କସାଵ ଉପରକୁ ଆଙ୍ଗୁଳି ନିର୍ଦେଶ କରି ସେ ନିର୍ଭୟରେ କହିଥିଲେ ଏଇ ସେ ଆତଙ୍କବାଦୀ ଯିଏ ଶହ ଶହ ନିରୀହ ଲୋକଙ୍କୁ ମାରିଛି | କିଛି ଦିନ ପରେ ଦେଵିକାଙ୍କ ଗୋଡ ଭଲ ହେଲା ପରେ ସେ ଯେତେବେଳେ ତାଙ୍କ ସ୍କୁଲ୍କୁ ଗଲେ ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ସହିତ ମିଶିବାକୁ ମନା କରିଦେଇଥିଲେ | ତାଙ୍କ ସାଙ୍ଗମାନେ ତାଙ୍କୁ "କସାଵ ki ବେଟି "କହି ଥଟ୍ଟା କରିଥିଲେ | ଧୀରେ ଧୀରେ ପାଖ ପଡୋଶୀଏବଂ ବନ୍ଧୁ ପରିଜନ ମଧ୍ୟ ତାଙ୍କ ସହିତ ମିଶିବା ଛାଡିଦେଲେ | ଜଣେ ଆତଙ୍କବାଦୀକୁ ଚିହ୍ନିଥିବା ହେତୁ ତାଙ୍କୁ ସ୍କୁଲରେ ଆଡ଼ମିସନ ଦେବାକୁ ମଧ୍ୟ ସମସ୍ତେ ମନ କରିଦେଇଥିଲେ | କସାଵର ଶୁଣାଣି ଶେଷ ହେବ ଯାଏଁ ଦେଵିକାଙ୍କ ପରିବାରକୁ ଧମକପୂର୍ଣ ଫୋନ କଳ ଆସୁଥିଲେ ବୋଲି ଦେଵିକାଙ୍କ ବାପା କହିଛନ୍ତି | ତଥାପି ସେମାନେ ଡରି ଯାଇ ପଛଘୁଞ୍ଚା ଦେଇନଥିଲେ ଏବଂ ଶେଷ ଯାଏଁ ପୋଲିସକୁ ସାହାଯ୍ୟ କରିଥିଲେ | ୯ ବର୍ଷର ସେହି କୁନି ଝିଅକୁ ଏବେ ହେଲାଣି ୧୯ ବର୍ଷ | ତାଙ୍କର ଲକ୍ଷ୍ୟ ହେଲା ସେ ଭବିଷ୍ୟତରେ ଜଣେ ନିଷ୍ଠାବାନ ପୋଲିସ ଅଫିସର ହେବେ | ତେବେ କସାଵକୁ ଫାଶୀ ଦଣ୍ଡ ମିଳିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.