Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

୯ ବର୍ଷ ବୟସରେ ଲରେଣ୍ଟ ହେବାକୁ ଯାଉଛନ୍ତି ବିଶ୍ୱର ସର୍ବକନିଷ୍ଠ ଗ୍ରାଜୁଏଟ୍, ଇଞ୍ଜିନିୟରିଂରେ ହାସଲ କରିବେ ଡିଗ୍ରି

17/11/2019 at 9:11 PM

ବ୍ରସେଲସ୍ : ୯ ବର୍ଷ ବୟସ ବେଳକୁ ପିଲା ଠିକ୍ ରେ ବହି ବି ପଢି ପାରୁନାହାନ୍ତି। ତେବେ ବେଲଜିୟମର ଏହି ଅଦଭୂତ ବାଳକ ଲରେଣ୍ଟ ସିମନସ୍ ସେହି ବୟସରେ ଏବେ ଏଣ୍ଡହୋଭନ ୟୁନିଭର୍ସିଟି ଅଫ ଟେକ୍ନୋଲଜି (ଟିୟୁଇ)ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏଟ୍ ହେବାକୁ ଯାଉଛନ୍ତି। ତେବେ କେବଳ ଇଞ୍ଜିନିୟରିଂ ନୁହେଁ ସେ ମେଡିକାଲ ବି ପଢିବାକୁ ଚାହାଁନ୍ତି । ହେଲେ ଏବେ ସେ ପିଏଚଡି ଶେଷ କରିବା ପରେ ହିଁ ଯାହା କରିବେ।

ଆସନ୍ତା ଡିସେମ୍ବର ମାସରେ ତାଙ୍କର ଡିଗ୍ରି କୋର୍ସ ସରିଯିବ। ପାଠପଡା ସରିଲେ ସେ ଜାପାନରେ କିଛି ଦିନ ଛୁଟି କଟାଇବା ପରେ ଯାଇ ପରବର୍ତ୍ତି ପାଠପଢା ନେଇ ନିଷ୍ପତ୍ତି ନେବେ। ଲରେଣ୍ଟଙ୍କ ବୟସ ମାତ୍ର ୯ ହେଲେ ପାଠପଢାରେ ସେ କଲେଜ ପିଲାଙ୍କୁ ବି ଏବେ ପଛରେ ପକାଇ ଦେଇଛନ୍ତି। ଲରେଣ୍ଟ ଜଣେ ଅସାଧାରଣ ଛାତ୍ରବୋଲି କହିଛନ୍ତି ଟିୟୁଇର ଶିକ୍ଷା ନିର୍ଦ୍ଦେଶକ ଜୋଏର୍ଡ ହଲସଫ। ଏଭଳି ସ୍ୱତନ୍ତ୍ର ଛାତ୍ରଙ୍କ ଲାଗି ଟିୟୁଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯେଉଁଥିରେ ଲରେଣ୍ଟଙ୍କ ଭଳି ଅସାଧାରଣ ପିଲାମାନେ ପଢୁଛନ୍ତି। ତେବେ ସମସ୍ତଙ୍କ ମଧ୍ୟରେ ଲରେଣ୍ଟ ଭିନ୍ନ ବୋଲି କହିଛନ୍ତି ହଲସଫ।

ତେବେ ୯ ବର୍ଷ ବୟସରେ ଗ୍ରାଜୁଏସନ ଓ ତା ବି ଇଞ୍ଜିନିୟରିଂରେ ଏବେ ଯୁବ ବର୍ଗଙ୍କ ଲାଗି ପ୍ରେରଣା ପାଲଟିବାକୁ ଯାଉଛନ୍ତି। ତେବେ ଲରେଣ୍ଟ ଏତେ ଶୀଘ୍ର କିପରି ଏତେ ପାଠ ପଢିପାରିଲେ ସେ ନେଇ ତାଙ୍କ ପିତାମାତା ମଧ୍ୟ ଆଶ୍ଚର୍ଯ୍ୟ ବ୍ୟକ୍ତ କରୁଛନ୍ତି। ତେବେ ଲରେଣ୍ଟ ସ୍ନାତକ ଉତୀର୍ଣ୍ଣ ହେବା ପରେ ହିଁ ତାର ଆଗାମୀ ପାଠପଢା ନେଇ ନିଷ୍ପତ୍ତି ନେବ ବୋଲି ତାର ଅଭିଭାବକ କହିଛନ୍ତି। ସେ କିନ୍ତୁ ଡିସେମ୍ବରରେ ପରୀକ୍ଷା ପରେ ଜାପାନ ନିଶ୍ଟିତ ଯିବ ବୋଲି ଅଭିଭାବକ କହିଛନ୍ତି।

   Related Posts