ପିତୃ ଋଣ ଚାପରେ ୯ ବର୍ଷର ନାବାଳକ ହରାଇଛି ଶୈଶବର ସୁଖ : ହରିଆ ମୁଣ୍ଡାକୁ କିଏ ଦେବ ନ୍ୟାୟ ?

Published By : Prameya-News7 Bureau | April 30, 2020 IST

କେନ୍ଦ୍ରାପଡା ୩୦/୦୪ :  ଘୁଷୁରୀ ପାଳି ଋଣ ଶୁଝୁଛି ହରିଆ ମୁଣ୍ଡା। ବୟସ ୯ ବର୍ଷ। ଏବେ ଘୁଷୁରୀ ପାଳି ସେ ପିତୃଋଣ ଶୁଝୁଛି। ଘୁଷୁରି ମାଲିକଙ୍କ ଠାରୁ ୧୦ହଜାର ଟଙ୍କା ନେଇ ଥିଲେ ଅଭାବୀ ବାପା ମା । ଆଉ ସେହି ଋଣ ଏବେ ହରିଆ ଶୁଝୁଛି।  ମା ର ନିର୍ଭୟ ପଣତ କାନି ବଦଳରେ ଗହିର ମଝିରେ ଝଡ,ବର୍ଷା, ରାତିର କିଟିକିଟ୍‌ ଅନ୍ଧାର କଟୁଛି ତାର ଜୀବନ । କଅଁଳ ବୟସରେ ସାଙ୍ଗସାଥୀଙ୍କ  ସହ ଖେଳକୁଦ ପାଠପଢା ର ସମୟ  ଘୁଷୁରୀ ଜଗିବାରେ କଟୁଛି ।  ମୁକ୍ତ ବିଚରଣ ତା ପାଇଁ ପାଲଟିଛି ସ୍ବପ୍ନ ,ବନ୍ଧାପଡିଛି ହରିଆ ମୁଣ୍ଡାର କୋମଳ ମତି ଜୀବନ । ମାଲିକ ର ମାଡ ଭୟ ଆଖିରେ ଲୁହକୁ ଏକାକାର କରିଦେଇଛି । ନିଜର ଭାଗ୍ୟ କୁ ଆଦରି ସେ ପଡି ରହିଛି  । ପାଲଟି ଯାଇଛି କ୍ରୀତଦାସ  ।

{"id":262725,"sizeSlug":"large"}

ଏକ ପାଲ ତଳେ ଘୁଷୁରି ପଲଙ୍କ ସହ ଗହିର ମଝିରେ ହିଁ ହରିଆର ପୃଥୀବି ସୀମିତ । ଘୁଷୁରି ଜଗିବା ସହ ପାଲତଳେ ସେ ରୋଷେଇ କରୁଛି ସତ କିନ୍ତୁ ଦିନେ ରାନ୍ଧିଲେ ୪ରୁ ପାଞ୍ଚ ଦିନ ଖାଉଛି । କାରଣ ତାପାଖରେ ଅନ୍ୟ ଉପାୟ ନାହିଁ । ଅପେକ୍ଷା  ଘୁଷୁରୀ ମାଲିକର ୧୦ହଜାର ଟଙ୍କା କେବେ ଶୁଝିବ। କିଛି ସ୍ବେଚ୍ଛାସେବୀ ବ୍ୟକ୍ତି ଏସବୁ ଜାଣିବା ପରେ  ନ୍ୟୁଜ୍‌ ସେଭେନର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ବାଳ କ୍ରିତଦାସଙ୍କୁ ଉଦ୍ଧାର କରିବା କୁ ବିଭିନ୍ନ ମହଲରୁ ଦାବି ହୋଇଛି  …

ହରିଆ ମୁଣ୍ଡାର ଘର ଯାଜପୁର ଜିଲ୍ଲା ପାଣିକୋଇଲି  ଅଂଚଳର  । ପରିବାର କହିଲେ ବାପା ମା ଙ୍କ ସହ ଭାଇଭଉଣୀ ୫ଜଣ । ହରିଆ ଋଣ ଶୁଝିବାକୁ ଘର ାରୁ ଶହେ ମାଇଲ ଦୂରରେ ପଡ଼ି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.