ସକାଳ ୧୦ଟା ସୁଦ୍ଧା ଓଡିଶାରେ ୯ ପ୍ରତିଶତ ମତଦାନ : ଯାଜପୁରରେ ସର୍ବନିମ୍ନ ୩.୩୯ ପ୍ରତିଶତ

Published By : Prameya-News7 Bureau | April 29, 2019 IST

ଭୁବନେଶ୍ୱର ୨୯/୪ : ରାଜ୍ୟର ୬ ଲୋକସଭା ଏବଂ ୪୧ ବିଧାନସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି | ରାଜ୍ୟର ୬ଟି ଜିଲ୍ଲାରେ ମତଦାନ ଜାରି ରହିଛି | ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଜଗତସିଂହପୁର ଏବଂ ମୟୁରଭଞ୍ଜରେ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି | ସକାଳ ୧୦ଟା ସୁଦ୍ଧା ଓଡିଶାରେ ୯ ପ୍ରତିଶତ ମତଦାନ ହୋଇଛି | ସକାଳ ୧୦ଟା ସୁଦ୍ଧା ରାଜ୍ୟର କେଉଁଠି କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ |

{"id":108635}

ବାଲେଶ୍ୱରରେ ସକାଳ ୧୦ଟା ସୁଦ୍ଧା ୧୧.୬୫ ପ୍ରତିଶତ ମାନଦାନ ହୋଇଛି | ଭଦ୍ରକରେ ୧୨.୩୩ ପ୍ରତିଶତ ମତଦାନ ହୋଇଥିବାବେଳେ କେନ୍ଦ୍ରାପଡାରେ ୭.୮୮ ପ୍ରତିଶତ ମତଦାନ ହୋଇଛି | ଯାଜପୁରରେ ସର୍ବନିମ୍ନ ୩.୩୯ ପ୍ରତିଶତ ମତଦାନ ହୋଇଛି | ୧୦ଟା ସୁଦ୍ଧା ଜଗତସିଂହପୁରରେ ୭.୭୧ ପ୍ରତିଶତ ମତଦାନ ହୋଇଥିବାବେଳେ ମୟୁରଭଞ୍ଜରେ ୬.୬୧ ପ୍ରତିଶତ ମତଦାନ ହୋଇଛି | ସମସ୍ତ ବୁଥରେ ମତଦାନ ପ୍ରକ୍ରିୟା ଜାରି ରହିଛି |

{"id":108636,"width":578,"height":434}

କେତେକ ବୁଥରେ ଇଭିଏମ ମେସିନ ଅଚଳ ହୋଇଥିବା ଯୋଗୁଁ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି | ଯାହାଫଳରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ସକାଳ ୧୦ଟା ସୁଦ୍ଧା ଭାରତରେ ୧୦.୩୪ ପ୍ରତିଶତ ମତଦାନ ହୋଇଛି | ମତଦାନ ପ୍ରକ୍ରିୟା ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.