Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଭାରତୀୟ ସେନାକୁ ବଡ ସଫଳତା: ଏଲଓସିରେ ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା

5/04/2020 at 10:55 AM

ଶ୍ରୀନଗର, ୦୫|୦୪:  ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି । ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ମୁହଁତୋଡ ଜବାବ ଦେଇଛି । ଏହାପରେ ୫ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଏହି ଅପରେସନକୁ ପାରା ସ୍ପେଶାଲ ଫୋର୍ସ, ୪୧ ଆରଆର, ୫୭ ଆରଆର, ୮ ଜାଟ୍ ଓ ଏସଓଜି ମିଳିତ ଭାବେ କରିଥିଲେ ।

ତେବେ ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଏହି ସେକ୍ଟରରେ ଅପରେସନ ଜାରି ରହିଛି ।

ଏହା ପୂର୍ବରୁ ଶୁକ୍ରବାର ରାତିର ଯବାନଙ୍କୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ସୂଚନା ମିଳିଥିଲା । ଶନିବାର ସକାଳେ କୁଲଗାମ ଜିଲ୍ଲାର ବଟପୁରା ସେକ୍ଟରରେ ଯବାନମାନେ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହୁଦ୍ଦୀନର ସଦସ୍ୟ ଥିବା ଜଣାପଡିଛି ।

ଗତ କିଛିଦିନ ମଧ୍ୟରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ୪ଜଣ ସ୍ଥାନରେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ । ଏହି ଖବର ପରେ ସେନା ତତ୍ପର ହେବା ସହ ଘାଟିର ବିଭିନ୍ନ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରିଥିଲା । ଶୁକ୍ରବାର ରାତିର ଯବାନମାନେ ବଟପୁରା ସେକ୍ଟରରୁ ଘେରାବନ୍ଦୀ କରିବା ପରେ ଆତଙ୍କବାଦୀମାନେ ଖସି ଯିବାକୁ ଉଦ୍ୟମ କରିବା ସହ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହର ମୁହଁତୋଡ ଜବାବ ସେନା ଦେଇଥିଲା ।

   Related Posts