Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

କୋଭିଡ୍ ନିୟମ ମାନୁନଥିଲେ, ବ୍ରହ୍ମପୁରରେ ୯ଟି ଦୋକାନ ସିଲ୍ କଲା ପ୍ରଶାସନ

29/08/2020 at 3:50 PM

ବ୍ରହ୍ମପୁର, ୨୯|୦୮:  ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । କରୋନା କଟକଣାକୁ କଡାରଡି ପାଳନ ଦିଗରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ କେତେକ ଏହାକୁ ନମାନି ବିପଦକୁ ଡାକୁଛନ୍ତି । କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ କୋଭିଡ୍ କଟକଣାକୁ ଖୋଲାଖୋଲି ଭାବେ ଉଲଙ୍ଘନ କରାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ନିୟମ ଉଲଙ୍ଘନ କରିବା ଅଭିଯୋଗରେ ୯ଟି ଦୋକାନକୁ ସିଲ୍ କରାଯାଇଛି ।

 ଗଞ୍ଜାମ ଜିଲ୍ଲାରେ ସାପ୍ତାହିକ ଶନିବାର ଓ ରବିବାର ଦୁଇ ଦିନିଆ  ସଟଡାଉନ୍ ନିୟମ ବଳବତ୍ତର ରହିଛି । କିନ୍ତୁ ଏହାକୁ କିଛି ଦୋକାନୀ ଖିଲାପ କରିଥିଲେ । ଜିଲ୍ଲା ପ୍ରଶାସନ ଜାରି କରିଥିବା ପଞ୍ଚସୂତ୍ରୀ ନିୟମ ଉଲଙ୍ଘନ ନେଇ ଶନିବାର ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ଟି ଦୋକାନକୁ ସିଲ୍ କରାଯାଇଥିବା ସୂଚନା ମିଳିଛି ।

ସିଲ୍ ହୋଇଥିବା ଦୋକାନ ମଧ୍ୟରେ ଡ୍ରେସ୍, ହୋଟେଲ, ଫର୍ଣ୍ଣିଚର ଦୋକାନ ଓ ଗ୍ୟାରେଜ ଆଦି ରହିଛି ।ଏହି ସବୁ ଦୋକାନ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ, ଆସ୍କାରୋଡ୍, ଗୋଇଲୁଣ୍ଡି, ଆମ୍ବପୁଅ ଅଞ୍ଚଳରେ ରହିଥିଲା ।

   Related Posts