ବାଲିଗୁଡା ପୋଲିସର ଚଢ଼ାଉ, ଜଙ୍ଗଲରୁ ୯ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

Published By : Prameya-News7 Bureau | May 20, 2022 IST

ଫୁଲବାଣୀ, ୨୦/୦୫: ବାଲିଗୁଡା ପୋଲିସ ଜଙ୍ଗଲ ମଧ୍ୟରୁ ୯ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଂଜେଇ ଜବତ କରିଛି l ବାଲିଗୁଡା ପୋଲିସ ଏବଂ ଏସ୍ଡ଼ିପିଓ ରାଘବେନ୍ଦ୍ର ଗୂଂଡ଼ାଲା କୌଣସି ସୁତ୍ରରୁ ଖବର ପାଇ ଲଣ୍ଡାଗାଁ ନିକଟ କାଣୀ ବେଡା ନିକଟ ଜଙ୍ଗଲ ଉପରେ ଚଢ଼ାଉ କରି ୯ କୁଇଣ୍ଟାଲ ୭ କେଜି ଗଂଜେଇ ଜବତ କରିଛନ୍ତି l ଏସବୁ ଗଂଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା କୁହାଯାଉଛି l ପୋଲିସ ୧୧୨/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.