୨୯ଟି ଥାନାର ୯ ଜଣ ଥାନା ଅଧିକାରୀ କରୋନା ସଂକ୍ରମିତ, ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତାରେ ପୁଲିସ୍
22/09/2020 at 5:39 PM

ପୁରୀ୨୨/୯: କୋଭିଡ଼ ଭୂତାଣୁ କବଳରେ ପୁରୀ ପୋଲିସ। ଜିଲ୍ଲାରେ ୯ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୨୦୦ ପୋଲିସ କର୍ମଚାରୀ ଏବେ କୋଭିଡ଼ ସଂକ୍ରମିତ ହୋଇ ସାରିଲେଣି। ତେବେ ଥାନରେ କୋଭିଡ଼ ସଂକ୍ରମଣ ବ୍ୟାପୁଥିବା ଯୋଗୁଁ ଧିରେ ଧିରେ କର୍ଚାରୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଯାହା ଫଳରେ ଆଗାମୀ ଦିନରେ ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ରକ୍ଷା କରି ହେବ ସେ ନେଇ ପୋଲିସର ଚିନ୍ତା ବଢ଼ିଛି।
ପୁରୀ ପୁଲିସ୍ର ପଛ ଛାଡୁ ନାହିଁ କରୋନା। ପୁରୀ ଏସପି ଅଖିଳେଶ୍ୱର ସିଂଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ୯ ଜଣ ଥାନା ଅଧିକାରୀ ସଂକ୍ରମିତ ହୋଇ ସାରିଥିବା ବେଳେ ୨୦୦ ପୁଲିସ କର୍ମଚାରୀ ଏବେ କରୋନା କବଳରେ। ସେହିପରି ଏହି ମହାମାରୀ ୨ ଜଣଙ୍କ ଜୀବନ ମଧ୍ୟ ନେଇ ସାରିଛି। ଅନେକ ଥାନା ଅଧିକାରୀଙ୍କ ସମେତ କର୍ମଚାରୀ ମାନେ ସଙ୍ଗରୋଧରେ ଥିବାରୁ ଥାନା ପ୍ରାୟ ବନ୍ଦ ହୋଇଯିବା ଉପରେ ବସିଲାଣି। ଏଭଳି କ୍ଷେତ୍ରରେ ସରକାର ପୋଲିସ ପ୍ରତି ବିଶେଷ ଧ୍ୟାନ ଦେବା ସହ ବର୍ତ୍ତମାନ ସମୟରେ ପୁରୀକୁ ସଟଡ଼ାଉନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୁରୀ ବାସୀ।
ତେବେ ଜିଲ୍ଲାରେ ପୋଲିସର ୪ଟି ଡ଼ିଭିଜନ ଯଥା ପୁରୀ ସିଟି ଡ଼ିଭିଜନ, ସଦର ଡ଼ିଭିଜନ, ପିପିଲି ଓ ନିମାପଡ଼ା ଡ଼ିଭିଜନ ରହିଛି। ଏହି ୪ଟି ଡ଼ିଭିଜନରେ ମୋଟ ୨୯ ଟି ଥାନା ରହିଛି। ସେହିପରି ସମାଜରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ସୁବଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୋଭିଡ଼ ଭୂତାଣୁ ସଂକ୍ରମଣ ଯୋଗୁଁ ପୁରୀ ଜିଲ୍ଲାରେ ଦିନକୁ ନିନ ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀ ଆକ୍ରାନ୍ତ ହେଉଥିବା ବେଳେ ପ୍ରଶାସନିକ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ତେବେ ପୋଲିସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବା କୋଭିଡ଼ ଯୋଗୁଁ ଠପ ହୋଇ ପଡ଼ିଲେ ଅବସ୍ଥା ସାଂଘାତିକ ହେବାର ସମ୍ଭାବନା ରହିଛି।