୪୦ ଡିଗ୍ରୀ ଉପରେ ୯ଟି ସହରର ତାପମାତ୍ରା, ବଲାଙ୍ଗୀର ସବୁଠୁ ଉତ୍ତପ୍ତ

Published By : Prameya-News7 Bureau | April 13, 2019 IST

ଭୁବନେଶ୍ବର ୧୩|୪: ୪୦ ଡିଗ୍ରୀ ଉପରେ ୯ ସହର, ବଲାଙ୍ଗୀର ସବୁଠୁ ଉତ୍ତପ୍ତ । ଗତକାଲି ଏଠାରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଥିଲା । ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ଏଠାରେ ରେକର୍ଡ ହୋଇଛି । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କେବଳ ବଲାଙ୍ଗୀର ନୁହେଁ, ତାଳଚେର ତାପମାତ୍ରା ବି ଅନୁରୂପ ଭାବେ ବଢ଼ିଛି । ଗତକାଲି ତାପମାତ୍ରା ୪୨.୧ ଡିଗ୍ରୀରେ ପହଞ୍ଚିଛି । ଅନୁରୂପ ଭାବେ ଅନୁଗୁଳ ତାପମାତ୍ରା ବି ୪୨.୧ ଡିଗ୍ରିରେ ପହଞ୍ଚିଛି ।  ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଚାଲି ଯାଇଥିବା ବେଳେ ପାରାଦୀପ, ଗୋପାଳପୁର ଓ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.