ତିହିଡି ବ୍ଲକ ଭଙ୍ଗାରୁଜା ଘଟଣାରେ ୯ ଗିରଫ, ବିଜେପି କହିଲା ହକ୍ ପାଇଁ ପ୍ରତିବାଦ କଲେ, ଏବେ ଷଡଯନ୍ତ୍ରର ଶିକାର ହେଲେ

Published By : Prameya-News7 Bureau | August 03, 2021 IST

ଭଦ୍ରକ, ୦୩/୦୮: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେରେ ଅନିୟମିତତା ଅଭିଯୋଗ ନେଇ ପ୍ରତିବାଦ ବେଳେ ତିହିଡ଼ି ବ୍ଲକରେ ଭଙ୍ଗାରୁଜା ହୋଇଥିଲା । ଏହି ଘଟଣାରେ ୧୦ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣକୁ ବାଦ ଦେଇ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି ବିଜେପି ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ତିହିଡି ଠାରେ ଜିଲ୍ଲା ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେରେ ଅନିୟମିତତାକୁ ନେଇ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ବିଜେପି କର୍ମୀମାନେ ପ୍ରତିବାଦ ବେଳେ ବ୍ଲକ ଭିତରେ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତିହିଡି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଭଦ୍ରକ ଟାଉନ ଥାନାରେ ରଖା ଯାଇଥିବା ବେଳେ ପରେ କୋର୍ଟ ଚାଲାଣ କରାଯିବ । କିନ୍ତୁ ବିଜେପି କର୍ମୀଙ୍କ ଗିରଫଦାରୀକୁ ବିରୋଧ କରିଛି ବଜେପି ।

ଦଳ କହିଛି ଯେ ବିଜେପି କର୍ମୀମାନେ କୌଣସି ଅପ୍ରୀତିକର କାର୍ଯ୍ୟରେ ଲିପ୍ତ ନଥିଲେ । ଅନିୟମିତତା ଓ ଦୁର୍ନୀତିକୁ ଚାପିବା ପାଇଁ ଶାସକ ଦଳର ଏହା ଏକ ସୁଚିନ୍ତିତ ଯୋଜନା । ତେବେ ଏହି ଘଟଣା  ପରେ ବିଜେପି କର୍ମୀଙ୍କୁ ଆକ୍ରୋଶମୂଳକ ଭାବେ ରାତି ଅଧିଆ ଗିରଫ କରାଯାଇଛି । ଯେଉଁ ମାନେ ନିଜ ହକ ପାଇଁ ପ୍ରତିବାଦ କରୁଥିଲେ, ସେମାନଙ୍କୁ ଷଡଯନ୍ତ୍ର କରି ଗିରଫ କରାଯାଇଛି । ପୋଲିସର ଏହିଭଳି କାର୍ଯ୍ୟ ଜାରି ରହିଲେ । ବିଜେପି ଜିଲ୍ଲାର ପ୍ରତ୍ୟକ ବ୍ଲକ ଓ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । କିନ୍ତୁ ଭଙ୍ଗାରୁଜା କରିଥିବା ଅସାମାଜିକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରୁ ଓ ବିନା ଦୋଷରେ ଗିରଫ କରିଥିବା ବିଜେପି କର୍ମୀଙ୍କୁ ଛାଡ଼ିଦେବାକୁ ଦଳ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.