Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୯ ଟା ୯ ମିନିଟ୍ : ଅତି ଉତ୍ସାହୀ ଲୋକଙ୍କ ଆତସବାଜି ପୁଣି ଥରେ ବିଗାଡି ଦେଲା ଦିଲ୍ଲୀ ବାୟୁର ଗୁଣବତ୍ତା

7/04/2020 at 3:48 PM

ନୂଆଦିଲ୍ଲୀ ୦୭।୦୪:   କରୋନା ଭାଇରସ୍ କାରଣରୁ ରାଜଧାନୀ ଦିଲ୍ଲୀ ସମେତ ପୂରା ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି। ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀର ବାୟୁର ଗୁଣବତ୍ତାରେ ଅନେକ ସୁଧାର ଦେଖିବାକୁ ମିଳିଥିଲା, ମାତ୍ର ରବିବାର ମାର୍ଚ୍ଚ ୫ ରାତି ୯ଟା ପରେ କିଛି ଅତି ଉତ୍ସାହୀ  ଲୋକଙ୍କ ଦ୍ଵାରା ରାଜଧାନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ଵାନ କ୍ରମେ ଦୀପ ଜଳାଇବା ସହିତ ଆତିସବାଜି ମଧ୍ୟ ଆରମ୍ଭ କରିଥିଲେ, ଯେଉଁଥିରେ ବାୟୁର ଗୁଣବତ୍ତା ପୁଣି ଥରେ ହ୍ରାସ ପାଇଛି।

ରାତି ୯ଟା ପରେ ଯେବେ ଆତସବାଜି ବନ୍ଦ ହେଲା, ତେବେ ଦିଲ୍ଲୀର ପ୍ରଦୂଷଣ ନିୟନ୍ତ୍ରଣ ସମିତିର ୬ ନୀରିକ୍ଷଣ ଷ୍ଟେସନର ଡାଟାରେ ଅଚାନକ  ବାୟୁରେ ୨.୫ ପିଏମ ଓ ୧୦ ପିଏମ ଆଦ୍ରତା ଦେଖିବାକୁ ମିଳିଥିଲା। ଦିଲ୍ଲୀର ପରିବେଶ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଲକ୍‌ଡାଉନ୍‌ ମଧ୍ୟରେ ଦିଲ୍ଲୀର  ବାୟୁର ଗୁଣବତ୍ତାରେ ଅନେକ ସୁଧାର ଦେଖିବାକୁ ମିଳିଥିଲା। ମାତ୍ର ଏପ୍ରିଲ ୫ ତାରିଖ ରାତି ୯ଟାରେ ଅତି ଉତ୍ସାହୀ  ଲୋକଙ୍କ ଦ୍ଵାରା ହୋଇଥିବା ଆତସବାଜି କାରଣରୁ ଦିଲ୍ଲୀର ବାୟୁ ଗୁଣବତ୍ତା ପୁଣି ଥରେ ତଳକୁ ଖସି ଆସିଛି।

ଉଲ୍ଲେଖଯୋଗ୍ୟ, ୨.୫ ପିଏମ ଦହନରୁ ଉତ୍ପନ ହୋଇଥାଏ। ଦିଲ୍ଲୀର ପଟପଡଗଞ୍ଜ ଇଲାକାରେ ରାତି ୯ଟାରେ ଆଦ୍ରତା ୫୩atg/m3 ରହିଥିଲା, ମାତ୍ର ଏକ ଘଣ୍ଟା ପରେ ଦୁଇ ଗୁଣ ଅଧିକ ଅର୍ଥାତ 125atg/m3-60/g/m3 ଦେଖିବାକୁ ମିଳିଥିଲା, ଯାହା ସ୍ଵାଭାବିକଠୁ ଅଧିକ ରହିଥିଲା। ଏହି ପରି ଅବସ୍ଥା ଦ୍ଵାରକାରେ ଥିଲା।

କୁହାଯାଏ ଯେ ଭୂପୃଷ୍ଠରେ ରଖି ବାଣ ଫୁଟାଇଲେ ସେଥିରୁ ଧୂଳି ମଧ୍ୟ ନିର୍ଗତ ହୋଇଥାଏ, ଯାହା ୧୦ ପିଏମର ଏକ ସ୍ରୋତ। ମାତ୍ର ଦିଲ୍ଲୀ ପୋଲିସ୍ ରବିବାର ହୋଇଥିବା ଆତସବାଜି ବିରୋଧରେ କୌଣସି ଅଭିଯୋଗ ପାଇ ନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ, ଯଦି କୌଣସି ଅଭିଯୋଗ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

   Related Posts