ଦେଶର ୫ ହାଇକୋର୍ଟରେ ନିଯୁକ୍ତ ହେଲେ ୯ ନୂଆ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ସୂଚନା

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦ : ଦେଶର ୯ ଜଣ ବିଚାରପତିଙ୍କୁ ୫ଟି ହାଇକୋର୍ଟରେ ନିଯୁକ୍ତି ପ୍ରଦାନ କରାଯିବା ନେଇ ଗୁରୁବାର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଗତ ମାସରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ବିଭିନ୍ନ ହାଇକୋର୍ଟ​‌ରେ ଖାଲିଥିବା ପଦବୀରେ ନିଯୁକ୍ତି ପାଇଁ କିଛି ବିଚାରପତୀଙ୍କ ନାଁ ସୁପାରିଶ କରାଯାଇଥିଲା । ଗତ ଅଗଷ୍ଟ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ୧୦୦ରୁ ଉର୍ଦ୍ଧ୍ବ ବିଚାରପତିଙ୍କ ନାଁ ସୁପାରିଶ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଟି ହାଇକୋର୍ଟରେ ୬୮ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ନାଁ ପଠାଯାଇଥିଲା ।

ଏହି କ୍ରମରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୯ ଜଣ ବିଚାରପତିଙ୍କୁ ୫ଟି ହାଇକୋର୍ଟରେ ନିଯୁକ୍ତି କରାଯିବା ନେଇ ସୂଚନା ପ୍ରକାଶ ପାଇଛି । ତନ୍ମଧ୍ୟରୁ ୪ ଜଣ ବିଚାରପତିଙ୍କୁ ଝାରଖଣ୍ଡ ହାଇକୋର୍ଟରେ ନିଯୁକ୍ତି ମିଳିଥିବା ବେଳେ ୨ ଜଣଙ୍କୁ ପାଟନା ହାଇକୋର୍ଟରେ ନିଯୁକ୍ତି ପାଇଁ ସୂଚନା ପ୍ରକାଶ ପାଇଛି ।

ସେହିପରି କେରଳ ହାଇକୋର୍ଟ, ମଧ୍ୟ ପ୍ରଦେଶ ହାଇକୋର୍ଟ ଏବଂ ଛତିଶଗଡ ହାଇକୋର୍ଟ ପାଇଁ ଜଣେ ଲେଖାଏଁ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଆଡଭୋକେଟ ଜେନେରାଲ ଅଫ୍‌ ମଧ୍ୟ ପ୍ରଦେଶ ପ୍ରଦେଶ ପରୁଷୖନ୍ଦ୍ର କୁମାର କୌରବଙ୍କୁ ରାଜ୍ୟ ହାଇକୋର୍ଟର ଜଜ୍‌ ଭାବେ ନିଯୁକ୍ତି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.