Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ସହ ଟ୍ରକ୍ ଧକ୍କା : ୯ ଜଣଙ୍କ ମୃତ୍ୟୁ, ଚାପି ହୋଇ ରହିଛନ୍ତି ଅନେକ

19/05/2020 at 10:48 AM

ଭାଗଲପୁର ୧୯।୫: ବିହାରର ଭାଗଲପୁର-ନବଗଛିଆରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୯ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ପରେ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିଲା ​​। ଫଳରେ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଜେସିବି ମେସିନ ନିୟୋଜିତ ରହିଛି ।

ସୂଚନାଯୋଗ୍ୟ ଯେ, ବସଟି ଦରଭଙ୍ଗାରୁ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ବାଙ୍କା ଯାଉଥିଲା । ଏହି ସମୟରେ ନବଗଛିଆ ଖରିକର ଅମ୍ଭୋ ଛକ ନିକଟରେ ଦୁର୍ଘଟଣା ଘଟିଥିଲା ​​। ଯେଉଁ ଟ୍ରକ୍ ସହ ବସଟି ଧକ୍କା ହୋଇଥିଲା ସେଥିରେ ଲୁହା ପାଇପ୍ ବୋଝେଇ ହୋଇଥିଲା । ଦୁର୍ଘଟଣା ହେବା ଫଳରେ ଅନେକ ଶ୍ରମିକ ଲୁହା ପାଇପ୍ ତଳେ ଚାପି ହୋଇଯାଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଦୁର୍ଘଟଣାରେ ଡଜନରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର କରାଯାଇଛି ।

ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ସମେତ ଅନେକ ଅଞ୍ଚଳର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାସ୍ତାରେ ପଡିଥିବା ବିରାଟ ଲୁହା ପାଇପଗୁଡିକୁ ହଟାଇବା କାମ ମଧ୍ୟ ଜାରି ରହିଛି ।

   Related Posts