Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଆଉ ୯ଟି ଜିଲ୍ଲାରେ ଲକଡାଉନ୍: ସାରା ରାଜ୍ୟର ୧୪ ଜିଲ୍ଲା ଏବେ ହେଲା ଲକଡାଉନ୍, କାଲିଠୁ ବସ୍ ବନ୍ଦ

23/03/2020 at 4:56 PM

ଭୁବନେଶ୍ୱର, ୨୩|୦୩: ଆଉ ୯ଟି ଜିଲ୍ଲାରେ ରାଜ୍ୟ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ପରକ୍ଷପ ନେଇଛନ୍ତି।

ପୂର୍ବରୁ ସରକାର ୫ଟି ଜିଲ୍ଲା ୮ଟି ସହରକୁ ଲକଡାଉନ୍ ଘୋଷଣା କରିଥିଲେ। ଏବେ ଆଉ ୯ଟି ଜିଲ୍ଲା ଓ ଗୋଟିଏ ମୁନିସିପାଲିଟି କର୍ପୋରେସନ ସେଥିରେ ସାମିଲ ହୋଇଛି। ଜିଲ୍ଲାଗୁଡିକ ହେଲା ନୟାଗଡ, ଭଦ୍ରକ, ଜଗତସିଂପୁର, ବାଲେଶ୍ୱର, ଢେଙ୍କାନାଳ, ପୁରୀ, ଯାଜପୁର,ଝାରସୁଗୁଡା ଓ ସମ୍ବଲପୁରରେ। ଏହା ସହ ରାଉରକେଲା ମୁନିସିପାଲ୍ କର୍ପୋରେସନକୁ ଲକଡାଉନ୍ ଘୋଷଣା କରିଛନ୍ତି। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୪ ସକାଳ ୭ଟାରୁ ଏହି ସବୁ ଜିଲ୍ଲାରେ ଲକଡାଉନ୍ ଜାରି ହେବ। ଏହାକୁ ମିଶାଇ ୧୪ଟି ଜିଲ୍ଲାକୁ ଲକଡାଉନ୍ କରାଯାଇଛି। ପୂର୍ବରୁ ଖୋର୍ଧା, ଅନୁଗୁଳ, କେନ୍ଦ୍ରାପଡା, କଟକ ଓ ଗଞ୍ଜାମକୁ ଲକଡାଉନ ଘୋଷଣା କରାଯାଇଥିଲା। ସେତେବେଳେ ମଧ୍ୟ ୮ଟି ସହରକୁ ଲକଡାଉନ୍ କରାଯାଇଥିଲା। ଆଜି ସେହି ସହର ସାମିଲ ଥିବା ଜିଲ୍ଲା ସହ ଅନ୍ୟ କିଛି ଜିଲ୍ଲାକୁ ଲକଡାଉନ କରିଛନ୍ତି ସରକାର।

ତେବେ ଏହି ସବୁ ଲକଡାଉନ ଅଞ୍ଚଳରେ ଜରୁରୀ ସେବା ଉପଲବ୍ଧ ରହିବ। ପାଣି, ବିଜୁଳି ଓ ସ୍ୱାସ୍ଥ୍ୟସେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଦୋକାନ ସହ ପେଟ୍ରୋଲ ପମ୍ପ ଖୋଲା ରହିବ। ମାଛ, ଅଣ୍ଡା, ଚିକେନ ଦୋକାନ ସହ ପରିବା ଓ ତେଜରାତି ଦୋକାନ ଖୋଲା ରହିବ। ତେବେ ସାରା ରାଜ୍ୟରେ ଆସନ୍ତାକାଲି ଦିନ ୧୧ଟାରୁ ବସ ଚଳାଚଳ ବହିବ ବୋଲି ରାଜ୍ୟ ସରକାରଙ୍କ କରୋନା ସଚେତନତା ସମ୍ପର୍କୀତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଘୋଷଣା କରିଛନ୍ତି।

   Related Posts