Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ରାଜଧାନୀରେ କରୋନାକୁ ଲାଗୁନି ବ୍ରେକ୍: ଆଉ ୯ ଚିହ୍ନଟ ପରେ ସଂକ୍ରମିତ ସଂଖ୍ୟା ୨୮୩

27/06/2020 at 2:48 PM

ଭୁବନେଶ୍ୱର, ୨୭|୦୬: ଶନିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି ।

ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ସଂକ୍ରମିତ ହେଉଛନ୍ତି ୨୬ ବର୍ଷୀୟା ମହିଳା । ସେ ଏୟାରପୋର୍ଟ କଲୋନୀରେ ରହୁଥିବା ବେଳେ ନିକଟରେ ଦିଲ୍ଲୀରୁ ଫେରିଥିଲେ ।

ଏତତ୍ ବ୍ୟତୀତ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ଶିରିପୁର ଲକ୍ଷ୍ମୀବଜାର ବସ୍ତିର । ଏମାନଙ୍କ ମଧ୍ୟରୁ ୨ଜଣ ମହିଳାଙ୍କ ବୟସ ୩୧ ଓ ୩୮ । ସେହିପରି ଚିହ୍ନଟ ହୋଇଥିବା ୨ ବ୍ୟକ୍ତିଙ୍କ ବୟସ ୫୦ ଓ ୧୮ ବର୍ଷ । ଆହୁରି ମଧ୍ୟ ଆରବିଆଇ ଅଫିସର ଜଣେ ୫୨ ବର୍ଷୀୟ ସୁରକ୍ଷାକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ୩ଜଣ କର୍ମଚାରୀ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ରାଜଧାନୀରେ ଶୁକ୍ରବାର ୧୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ।

   Related Posts