ଆଉ କେତେ ତଳକୁ ଖସିବ ମଣିଷ ! ୯ ମାସର ଶିଶୁକୁ ଦୁଷ୍କର୍ମ କରି ପଡୋଶୀ ଫେରାର, ଶିଶୁର ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | July 19, 2021 IST

ବୁଲନ୍ଦଶହର ୧୯/୦୭ : ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଖୁରଜା ଅଞ୍ଚଳରୁ ଏକ ଲଜ୍ଜାଜନକ ଓ ଘୃଣ୍ୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୯ ମାସର ନିରୀହ ଶିଶୁ ଦୁଷ୍କର୍ମର ଶିକାର ହୋଇଛି। ଗାଁର ଜଣେ ଯୁବକ ଏହି ଘୃଣ୍ୟ କାମ କରିଛି। ଶିଶୁକୁ ଗୁରୁତର ଅବସ୍ଥାରେ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଛି।

ସୂଚନାନୁସାରେ, ଶିଶୁକୁ ଖୁଆଇବା ବାହାନାରେ ଅଭିଯୁକ୍ତ ଶିଶୁକୁ ଘରୁ ନେଇଯାଇଥିଲା। ନିଜ ଘରକୁ ନେଇଯାଇ ସେ ଶିଶୁକୁ ଦୁଷ୍କର୍ମ କରିଥିଲା। ଏହା ପରେ ଶିଶୁଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଯାହା ଦେଖି ପୁରା ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାରେ ରାଗିଯାଇ ଲୋକମାନେ ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ବର୍ତ୍ତମାନ ଅଭିଯୁକ୍ତ ଯୁବକର ତିନି ସମ୍ପର୍କୀୟଙ୍କୁ ଗିରଫ କରି ପୋଲିସ ପଚରାଉଚରା ଆରମ୍ଭ କରିଛି।

ମାମଲା ଖୁରଜା ଥାନା ଅନ୍ତର୍ଗତ ଏକ ଗାଁର। ଏହି ମାମଲାରେ ଖୁରଜା ସିଓ ସୁରେଶ କୁମାର କହିଛନ୍ତି ଯେ ଶିଶୁ ସହିତ ଘଟିଥିବା ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉଛି ଏବଂ ବର୍ତ୍ତମାନ ଶିଶୁକୁ ଚିକିତ୍ସା ପାଇଁ ପଠାଯାଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ ଜେଲକୁ ପଠାଯିବ। ପଚରାଉଚରା ପାଇଁ ଅଭିଯୁକ୍ତର କିଛି ସମ୍ପର୍କୀୟଙ୍କୁ ଅଟକ ରଖାଯାଇଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇ ଜେଲକୁ ପଠାଯିବ ବୋଲି ସେ କହିଛନ୍ତି। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.