୯ ମାସର ଶିଶୁ କରୋନାକୁ ହରାଇଦେଲେ : ସବୁଠାରୁ କମ ଦିନରେ ସୁସ୍ଥ ହେବାରେ ପ୍ରଥମ ସଂକ୍ରମିତ

Published By : Prameya-News7 Bureau | April 23, 2020 IST

ଡେରାଡୁନ ୨୩/୦୪ : ଡେରାଡୁନ ଡୁନ ମେଡିକାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତ ୯ ମାସର ଶିଶୁ ମାତ୍ର ୬ ଦିନରେ କରୋନା ଯୁଦ୍ଧ ଜିତିଛନ୍ତି | ଏହି ଶିଶୁ ଉତ୍ତରାଖଣ୍ଡର ସବୁଠାରୁ କମ ସମୟରେ ସୁସ୍ଥ ହୋଇଥିବା ରୋଗୀ | ପୂର୍ବରୁ ଜଣେ ଆଇଏଫଏସ ପ୍ରଶିକ୍ଷକ ୭ ଦିନରେ କରୋନାକୁ ମାତ ଦେଇଥିଲେ | ହସ୍ପିଟାଲର ଡେପୁଟି ଏମଏସ ଏବଂ କରୋନା ଯାଞ୍ଚ କରିଥିବା ଅର୍ଡିନେଟର ଡାକ୍ତର ଏନଏସ ଖତ୍ରୀ କହିଛନ୍ତି ଯେ ଶିଶୁର ରିପୋର୍ଟ ଦୁଇଥର ଲଗାତାର ନେଗେଟିଭ ଆସିବା ପରେ ତାଙ୍କୁ ଡିସ୍ଚାର୍ଜ କରିଦିଆଯାଇଥିଲା |

ସୂଚନାଯୋଗ୍ୟ ଯେ, ଡେରାଡୁନର ଭଗତ ସିଂହ କଲୋନୀରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ | ସେ ଜମାତିରୁ ଫେରିଥିଲେ | ତାଙ୍କ ଠାରୁ ତାଙ୍କ ଶିଶୁ ସଂକ୍ରମିତ ହୋଇଥିଲେ | ଶିଶୁର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ବିଗିଡ଼ିବାରୁ ତାଙ୍କୁ ଏପ୍ରିଲ ୧୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଏହାପରେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ, ଅର୍ଥାତ ଶିଶୁର ମା'ଙ୍କୁ କ୍ଵାରେଣ୍ଟାଇନ କରାଯାଇଥିଲା | ନମୁନା ଯାଞ୍ଚରେ ମାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା |

ଡୁନ ହସ୍ପିଟାଲ ର କରୋନା ନୋଡାଲ ଅଫିସର ଏବଂ ଶ୍ୱାସ ରୋଗ ବିଭାଗର ମୁଖ୍ୟ ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ ଶିଶୁର ମାଙ୍କର ମଧ୍ୟ ଦୁଇଥର ନମୁନା ପରୀକ୍ଷା କରାଯାଇଥିଲା | ଦୁଇଥର ଯାକ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା | ମା ଙ୍କୁ ପିପିଇ କିଟ ମଧ୍ୟ ଉପଲବ୍ଧ କରାଯାଇଥିଲା | ମାନବିକତା ଦୃଷ୍ଟିରୁ ମାଙ୍କୁ ଶିଶୁ ସହ ହସ୍ପିଟାଲରେ ରଖାଯାଇଥିଲା | ଡାକ୍ତର ଅଗ୍ରୱାଲ କହିଛନ୍ତି ଏ ସମୟରେ ଶିଶୁ ମା କ୍ଷୀର ମଧ୍ୟ ଖାଉଥିଲେ | କାରଣ ମା କ୍ଷୀରରେ ସଂକ୍ରମଣ ସହ ଲଢ଼ିବା ପାଇଁ ବହୁତ କ୍ଷମତା ଥାଏ | ସମ୍ଭବତଃ ଶିଶୁ ଏଇଥିପାଇଁ ଶୀଘ୍ର ସୁସ୍ଥ ହୋଇଯାଇଥିବେ ବୋଲି ଡାକ୍ତର କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.