ଗଜପତିରେ ବାତ୍ୟା ଜନିତ ବନ୍ୟାରେ ଭାସିଗଲେ ୯ଜଣ

Published By : Prameya-News7 Bureau | October 14, 2018 IST

ଗଜପତି ୧୪/୧୦ : ତିତିଲି ବାତ୍ୟା ଜନିତ ବନ୍ୟାରେ ଗଜପତି ଜିଲ୍ଲାରେ ଘଟିଥିବା ଆଉ ଏକ ଅଘଟଣ ସାମ୍ନାକୁ ଆସିଛି | ବନ୍ୟା ଜଳରେ ଭାସିଯାଇ ୯ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି | ଭି ୯ଜଣ ଏକ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଥିଲେ | ତେବେ ବନ୍ୟାଜଳରେ ଅଙ୍ଗନବାଡି କେନ୍ଦ୍ରଟି ଭାସିଯାଇଛି | ରାୟଗଡା ବ୍ଲକ କଇଁପୁର ପଂଚାୟତର ମାଡ ଗାଁରେ ଏହି ଅଘଟଣ ଘଟିଛି | ବର୍ତମାନ ସୁଦ୍ଧା କାହାର ପତ୍ତା ମିଳିପାରିନାହିଁ | ୯ଜଣ ଯାକ ନିଖୋଜ ଅଛନ୍ତି | ଓଡ୍ରାଫ ଟିମ ନେଇ ଘଟଣାସ୍ଥଳରେ ଖୋଜାଖୋଜି କରାଯିବ ବୋଲି ପାରଳାଖେମୁଣ୍ଡି ଏସଡିପିଓ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.