Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାତି ୯ ଟା ୯ ମିନିଟ୍: ଦେଶରେ ଦୀପାବଳି ପରି ଉତ୍ସବ, ଦୀପ ଜଳାଇ କରୋନା ଲଢେଇରେ ଦେଶବାସୀ ଦେଲେ ଏକଜୁଟତାର ସନ୍ଦେଶ

5/04/2020 at 9:29 PM

ନୂଆଦିଲ୍ଲୀ ୦୫।୦୪: ଭାରତରେ ରବିବାର ରାତି ୯ ଟାରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶରେ ଦୀପାବଳି ପରି ମାହୋଲ। ଘରର ଲାଇଟ୍ ବନ୍ଦ ଏବଂ ଦୀପରେ ଉଦଭାସିତ ହେଉଛି ଅାଲୋକ। ଦେଶରେ ଏକ ସଙ୍ଗେ କୋଟି କୋଟି ଜନତା ହାତରେ ମୋବାଇଲ ନେଇ  ଫୋନର ଫ୍ଲାସ୍ ଲାଇଟ୍ ଜଲାଇଥିଲେ। କେଉଁଠି କେଉଁଠି  ଶଙ୍ଖ, ଘଣ୍ଟ ବାଜୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା କୌଣସି ଉତ୍ସବ ନୁହଁ ବରଂ କରୋନା ଭାଇରସ୍ ଲଢେଇରେ ଭାରତୀୟଙ୍କ ଏକଜୁଟତାର ନିଦର୍ଶନ।  

କରୋନା ଭାଇରସ୍ ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍ କ୍ରମେ ସମଗ୍ର ଦେଶବାସୀ ଆଜି ରାତି ୯ଟାରେ ୯ ମିନିଟ୍ ଯାଏଁ ନିଜ ଘରର ଲାଇଟ୍ ବନ୍ଦ କରି ବାଲକୋନୀ, ଛାତ ଉପରେ  ଏବଂ ଘରର ଦ୍ଵାରରେ ଦୀପ, କ୍ୟାଣ୍ଡେଲ ଜଳାଇଛନ୍ତି। ମୋଦୀ କହିଥିଲେ ଯେ ଏଥିରେ ଦେଶରେ ଏକଜୁଟତାର ଭାବ ଦୃଢ ହେବ। ଏହା ସହିତ ଛାତ ଉପରେ ମଧ୍ୟ ଲୋକେ ମୋବାଇଲର ଫ୍ଲାସ୍ ଲାଇଟ୍ ଏବଂ ଟର୍ଚ୍ଚ ମଧ୍ୟ ଜାଳିଥିବା ଦେଖିବାକୁ ମିଳିଛି।

ଲକଡାଉନ୍ ସମୟରେ ଗ୍ରାମାଞ୍ଚଳଠୁ ନେଇ ସହର ମଧ୍ୟ ସମଗ୍ର ଦେଶରେ କିଛି ସମୟ ଦୀପାବଳିର ମାହୋଲ ଦେଖିବାକୁ ମିଳିଛି। ମୋଦୀଙ୍କ ଅପିଲକୁ ପାଳନ କରି ଜନତା ମଧ୍ୟ କରୋନା ଲଢେଇ ପାଇଁ ନିଜର ଏକଜୁଟତାର ସନ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ମାର୍ଚ୍ଚ ୨୨ ତାରିଖରେ ଦେଶବାସୀଙ୍କ ଜନତା କର୍ଫ୍ୟୁର ପାଳନ କରିଥିଲେ। ଏହା ସହ ସନ୍ଧ୍ୟା ୫ଟାରେ କରୋନା ଲଢେଇ ଲଢୁଥିବା ଡାକ୍ତର, ନର୍ସ, ପୋଲିସକର୍ମ ଆଦିଙ୍କ ଉଦ୍ଦେଶ୍ୟରେ ତାଳି, ଥାଳି, ଘଣ୍ଟ ଓ ଶଙ୍ଖ ବଜାଇ କୃତଜ୍ଞତା ଜଣାଇଥିଲେ।

ଆଜି ଘଣ୍ଟାରେ ରାତି ୯ଟା ନବାଜୁଣୁ ଦେଶର ସମସ୍ତ କୋଣ ଅନୁକୋଣରେ ଦୀପର ଆଲୋକ ପ୍ରଜ୍ଜ୍ଵଳିତ ହୋଇ ଉଠିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୯ଟା ୯ ମିନିଟ ପର୍ଯ୍ୟନ୍ତ ଘରର ଲାଇଟ୍ ବନ୍ଦ କରି ଦୀପ, ମୋହମବତୀ, ମୋବାଇଲ ଫୋନ ଓ ଫୋନର ଫ୍ଲାସ ଲାଇଟ୍ ଜଳାଇବାକୁ ଆହ୍ଵାନ କରିଥିଲେ।

କଣ ଜନତା, କଣ ବିଶିଷ୍ଟ, କଣ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ ସମସ୍ତେ  କରୋନା ଅନ୍ଧକାର ବିରୋଧରେ ଆଲୋକ ଜଳାଇଛନ୍ତି। ଦେଶର କୋଣ ଅନୁକୋଣରୁ ଏମିତି ଛବି ନଜର ଆସିଛି।

   Related Posts