ରାୟଗଡାରୁ ୯ଜଣ ନାବାଳିକା ଓ ୪ ଜଣ ନାବାଳକ ଦାଦନ ଶ୍ରମିକଙ୍କୁ ଉଦ୍ଧାର
9/09/2018 at 3:16 PM

ରାୟଗଡା ୯/୯ : ଦାଦନ ଶ୍ରମିକ ଭାବେ ପଡ଼େ।ଶୀ ଆନ୍ଧ୍ରପ୍ରଦେଶର ନେଲୁରୁ ସହରକୁ ଯାଉଥିବା ୧୫ ଜଣ ନାବାଳକ ଓ ନାବାଳିକାଙ୍କୁ ରାୟଗଡ଼। ସରକାରୀ ରେଳବାଇ ପୁଲିସ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରେ ୯ ଜଣ ନାବାଳିକା ଓ ୪ ଜଣ ନାବାଳକ ଦାଦନ ଶ୍ରମିକ ରହିଛନ୍ତି । ବର୍ତ୍ତମାନ ପୁଲିସ ପକ୍ଷରୁ ପରୀ-୨ କାର୍ଯୟକ୍ରମ ମାଧ୍ୟମରେ ପ୍ରତିଦିନ ରେଳବାଇ ଷ୍ଟେସନରେ ଜିଆରପି ପକ୍ଷରୁ କଡ଼।କଡ଼ି ଯାଞ୍ଚ କରାଯାଉଥିବା ବଳେ ବିଳମ୍ବିତ ରାତିରେ ରାୟଗଡ଼। ରେଳଷ୍ଟେସନରେ ଦାଦନ ଖଟିବାକୁ ଯାଉଥତ୍ବା ସନ୍ଦେହ କରି ଏହି ପିଲାମାନଙ୍କୁ ଅଟକ ରଖାଯାଇଥତ୍ଲା। ଏମାନେ ଦାଦନ ଖଟିବାକୁ ଯାଉଥତ୍ବା ଜଣାପଡ଼ବା ପରେ ସେମାନଙ୍କୁ ରାୟଗଡ଼। ଚାଇଲ୍ଡ ଲାଇନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜିଆରପି ଥାନା ଅଧତ୍କାରୀ ସୂଚନା ପ୍ରଦାନ କରିଛନ୍ତି । ଚାଇଲ୍ଡ ଲାଇନ କର୍ତୃପକ୍ଷ ସମସ୍ତଙ୍କୁ ନେଇ ସିଡବ୍ଲୁୟସିରେକୁ ହସ୍ତାନ୍ତର କରିଥିଲେ । ସେଠାରେ ସେମାନଙ୍କର କାଉନସେଲିଂ କରାଯିବା ପରେ ତାଙ୍କ ପରିବାରବର୍ଗଙ୍କୁ ସୂଚନା କରାଯାଇଥତ୍ବା କୁହାଯାଇଛି । ବର୍ତମାନ ନାବାଳିକାମାନେ ସ୍ବଧାର ଗୃହରେ ରହିଥିବା ବଳେ ଚାଇଲ୍ଡ ଲାଇନ କାର୍ଯୟାଳୟରେ ନାବାଳକମାନେ ଅଛନ୍ତି । ଉଭୟଙ୍କ ପରିବାର ବର୍ଗ ଆସିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ।