Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଅପହରଣ ରାଜନୀତି – ଭୁବନେଶ୍ବର ଆସିଥିବା ଏହି ୯ଜଣ ସଦସ୍ୟ କହିଛନ୍ତି ସେମାନଙ୍କୁ ଅପହରଣ କରାଯାଇନାହିଁ

15/12/2019 at 5:20 PM

ବରଗଡ/ଭୁବନେଶ୍ୱର ୧୫।୧୨ – ବରଗଡ ଜିଲ୍ଲାପରିଷଦର ୯ଜଣ ସଦସ୍ୟଙ୍କ କିଡାନପ ଅଭିଯୋଗ ନେଇ ରାଜନୀତି ତେଜିଲା । ଭୁବନେଶ୍ବର ଆସିଥିବା ଏହି ୯ଜଣ ସଦସ୍ୟ କହିଛନ୍ତି ସେମାନଙ୍କୁ ଅପହରଣ କରାଯାଇନାହିଁ। ତେବେ ଆସନ୍ତା ୪୮ ଘଣ୍ଟା ଭିତରେ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ବିରୋଧରେ ସେମାନେ ଅନାସ୍ଥା ଆଣିବା ପାଇଁ ନୋଟିସ ଦେବେ। ଏପଟେ ବିଜେପି କହିଛି ବରଗଡ ଜିଲ୍ଲପରିଷଦକୁ ବିଜେପି ହାତରୁ ଛଡାଇନେବା ପାଇଁ ବିଜେଡି ଷଡଯନ୍ତ୍ର କରିଛି। ବିଜେଡି ଏହାକୁ ଖଣ୍ଡନ କରିଛି।  

 

ବରଗଡ ଜିଲ୍ଲାପରିଷଦ ସଦସ୍ୟଙ୍କୁ ନେଇ ବିଜେପି ବିଜେଡି ମୁହାଁମୁହିଁ । ୯ଜଣ ବିଜେପି ସଦସ୍ୟଙ୍କୁ ବିଜେଡି କିଡନାପ କରିଥିବା ଗତକାଲି ବିଜେପି ଅଭିଯୋଗ କରିଥିଲା । ଏପରିକି ଦୁଇ ଜଣ ଜିଲ୍ଲାପରିଷଦ ସଦସ୍ୟଙ୍କ ସ୍ବାମୀ ଥାନାରେ ଏତଲା ମଧ୍ୟ ଦେଇଥିଲେ। ଏପଟେ ଆଜି ବିଜେପିର ସେହି ୯ଜଣ ସଦସ୍ୟ ଭୁବନେଶ୍ବରରେ ପହଞ୍ଚି ବିଭିନ୍ନ ମନ୍ତ୍ରୀଙ୍କୁ ଭେଟି ଜିଲ୍ଲାର ବିକାଶ ନେଇ ଆଲୋଚନା କରିଥିବା କହିଛନ୍ତି। ଖାଲି ସେତିକି ନୁହେଁ ଓଲଟା ବିଜେପି ଉପରେ ଅଭିଯୋଗର ପାହଡ ଲଦିଛନ୍ତି। କହିଛନ୍ତି ସେମାନଙ୍କୁ କେହି କିଡନାପ କରିନାହାନ୍ତି। ବିଜେପି ଜିଲ୍ଲାପରିଷଦ ଗଠନ ପରେ ସେଠାରେ ପ୍ରତିଶ୍ରୁତି ଅନୁଯାୟୀ କିଛି କାମ କରିନାହିଁ । ଯେଉଁଥିପାଇଁ ସେମାନେ ଗତ ମାର୍ଚ୍ଚ ମାସରୁ ଇସ୍ତଫା ଦେଇସାରିଛନ୍ତି। ୪୮ ଘଣ୍ଟା ଭିତରେ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ନୋଟିସ ଦେବେ ବୋଲି ଭୁବନେଶ୍ବରରେ ଏହି  ସଦସ୍ୟମାନେ କହିଛନ୍ତି  ।

ବରଗଡ ଜିଲ୍ଲା ପରିଷଦରେ ୩୪ଟି ଆସନ ରହିଛି । ସେଥିରୁ ବିଜେପି ୨୫ଟିରେ ଜିତି ଜିଲ୍ଲା ପରିଷଦ ଗଠନ କରିଥିଲା। ବିଜେଡି ପାଖରେ ଥିଲେ ୯ ସଦସ୍ୟ । ଏବେ ବିଜେପିର ୯ ଜଣ ଜିଲ୍ଲାପରିଷଦ ସଦସ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ହୁଂକାର ଦେଇଛନ୍ତି। ଯଦି ଏହି ସଦସ୍ୟମାନେ ବିଜେଡିରେ ମିଶିଯାଆନ୍ତି ତେବେ ବିଜେଡି ସଦସ୍ୟ ସଂଖ୍ୟା ୧୮ରେ ପହଞ୍ଚିବ। ତେଣୁ ଏହି ଛକାପଞ୍ଝାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ରହିଛି।

ବରଗଡ ଜିଲ୍ଲାପରିଷଦ ବିଜେପି  ଗଠନ କରିଥିବାବେଳେ ଏବେ ହାତରୁ ଖସିବାକୁ ଯାଉଛି ଅଧ୍ୟକ୍ଷ ପଦ। ବିଜେପି ୯ ଜଣ ଯିବା ପରେ ଏବେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୬ ପହଞ୍ଚିଛି।  

   Related Posts