ଷ୍ଟାର ପ୍ରଚାରକଙ୍କୁ ଅପେକ୍ଷା : ୯ଲୋକସଭା ଏବଂ ୬୩ବିଧାନସଭା କ୍ଷେତ୍ର ପ୍ରସ୍ତୁତ

Published By : Prameya-News7 Bureau | March 31, 2019 IST

ନୂଆଦିଲ୍ଲୀ ୩୧/୩: ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ୯ଲୋକସଭା ଏବଂ ୬୩ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନେ ଚାତକ ଭଳି ଅନାଇ ବସିଛନ୍ତି, କେବେ ଆସିବେ ତାଙ୍କ ଦଳର ଷ୍ଟାର ପ୍ରଚାରକ । ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଛି । ପ୍ରଚାର ଦୌଡ ବି ଜୋର ଧରିଲାଣି ଜୟପୁରରେ ରଣହୁଂକାର ଦେଇ ସାରିଲେଣି ମୋଦି । ପୁଣି ଆସନ୍ତା ମଙ୍ଗଳବାର ଭବାନୀପାଟଣା ଆସିବେ । ତା ଆଗରୁ ଆସନ୍ତାକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହ ଆସିବେ ଗଜପତି ଏବଂ ନବରଙ୍ଗପୁର ଜିଲ୍ଲାକୁ । ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତ ୧୫ ତାରିଖରୁ ବରଗଡରେ ହମଲା ଆରମ୍ଭ କରିଛନ୍ତି । ପୁଣି ଆସିବେ ୩ ତାରିଖରେ ।

ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଦିଗପହଣ୍ଡିରେ ପ୍ରଚାର କରିବେ । ତାପଛକୁ ସୋନିଆ ଏବଂ ପ୍ରିୟଙ୍କାଙ୍କ ପ୍ରଚାର କାର୍ଯ୍ୟକ୍ରମ ବି ସ୍ଥିର ହୋଇଥିବା ସୂଚନା ମିଳିଛି । ତେବେ ଲଗାତର ପଞ୍ଚମ ଥର ଲାଗି ଓଡିଶା ଦଖଲ ପାଇଁ ଆଶା ବାନ୍ଧିଥିବା ବିଜୁ ଜନତା ଦଳର ପ୍ରଚାର  ଏଯାଏଁ ଜୋର ଧରିନି । ୪୦ଷ୍ଟାର ପ୍ରଚାରକଙ୍କ ତାଲିକା ଦେଇଛି ବିଜେଡି । ତେବେ ବିଜେଡିର ସବୁ ପ୍ରାର୍ଥୀ ଚାହିଁ ବସିଛନ୍ତି ନବୀନଙ୍କୁ । ବିଜେଡି ପ୍ରଚାରର ଏକମାତ୍ର ଭରସା ବ୍ରାଣ୍ଡ ନବୀନ । ବିଜେଡି ସୁପ୍ରିମୋ ସବୁ ନିର୍ବାଚନମଣ୍ଡଳୀକୁ ଯିବା ଜରୁରୀ ବୋଲି ପ୍ରାର୍ଥୀମାନେ ଜିଦ ଧରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.