ବ୍ୟବସାୟ କରିବାକୁ ରଖିଥିଲେ ଟଙ୍କା, ସ୍କୁଟି ଡିକି ଭାଙ୍ଗି ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 07, 2021 IST

ବ୍ରହ୍ମପୁର, ୦୭/୧୦: ବ୍ରହ୍ମପୁରରେ ଲୁଟ୍ ଅଭିଯୋଗ । ଗୋଷାଣିନୁଆ ଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ ଛକରେ ଗତକାଲି ରାତିରେ ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଟାଉନ୍ ଥାନା ଓ ଗୋସାଣିନୂଆ ଗାଆଁ ଥାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏପରି ଘଟଣା ଘଟିଛି।

ପୋଲିସ୍ ଥାନାରେ ଏ ସଂପର୍କରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ପାର୍ବଣ ସମୟରେ ସହରରେ ଏଭଳି ଘଟଣା ଘଟିବା ପୋଲିସ୍ର ଚିନ୍ତା ବଢାଇଦେଇଛି । ତେବେ କେଉଁ ପରିସ୍ଥିତିରେ ବ୍ୟବସାୟୀ ସ୍କୁଟିରେ ଏତେ ପରିମାଣର ଟଙ୍କା ରଖିଥିଲେ ତାର ତଦନ୍ତ କରୁଛି ପୋଲିସ୍ । ନୂଆ ଦୋକାନ କରିବାକୁ ଟଙ୍କା ରଖିଥିବା ବେଳେ ଲୁଟେରାମାନେ ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.