Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ୍‌କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ୯ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

16/08/2020 at 2:52 PM

ସୋର ୧୬।୮: ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ବସକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ବସିଥିବା ୬ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବିହାରରୁ ପ୍ରବାସୀଙ୍କୁ ନେଇ ବିଶାଖାପାଟଣାରେ ଛାଡି ଫେରୁଥିଲା ବେଳେ ୧୬ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲୁଥିଲା ବେଳେ ପଶ୍ଚିମବଙ୍ଗରୁ ଛତିଆ ଯାଉଥିବା ଏକ ପିକଅପ୍ ଡାଇଭରସନ ନିକଟରେ ବସଟିକୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ପିକଅପରେ ଥିବା ୩ ଜଣ ଓ ବସରେ ଥିବା ୬ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଥିବା ବେଳେ ବସ୍ ଓ ପିକଅପ୍ ଭ୍ୟାନ୍ ଜବତ କରି ସୋର ଥାନାକୁ ଆଣିଥିବା ଜଣାପଡିଛି । ବସରେ ଥିବା ୬ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ପିକଅପରେ ଥିବା ୩ ଜଣ ଗୁରୁତର ପଶ୍ଚିମବଙ୍ଗ ଅଞ୍ଚଳର ଶଙ୍କର ପ୍ରସାଦ ସୁର, ଶକ୍ତପଦ ସୁର ଓ ସୁଭଜିତ୍ ସୁର ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

   Related Posts