ନ୍ୟୁଜିଲ୍ୟାଣ୍ଡ ମସଜିଦରେ ଗୁଳିକାଣ୍ଡ ଘଟଣା : ମୃତ୍ୟୁ ସଂଖ୍ୟା ୪୯କୁ ବୃଦ୍ଧି, ୯ ଭାରତୀୟ ନିଖୋଜ

Published By : Prameya-News7 Bureau | March 16, 2019 IST

ଖ୍ରୀଷ୍ଟଚର୍ଚ୍ଚ ୧୬|୩ : ନ୍ୟୁଜିଲ୍ୟାଣ୍ଡ ଖ୍ରୀଷ୍ଟଚର୍ଚ୍ଚ ସ୍ଥିତ ୨ଟି ମସଜିଦ ଉପରେ ଗତକାଲି ଆଖିବୁଜା ଗୁଳିମାଡ ଘଟଣାରେ ମୃତ୍ୟୁସଂଖ୍ୟା ୪୯କୁ ବୃଦ୍ଧି ପାଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆତଙ୍କୀର ଅନ୍ଧାଧୁନ୍ ଗୁଳିମାଡରେ ମସଜିଦ୍‌ରେ ଥିବା ଜଣେ ପରେ ଜଣେ ଟଳି ପଡିଥିଲେ । ତେବେ ଏହି ଗୁଳିମାଡ ଘଟଣା ପରେ ୯ ଜଣ ଭାରତୀୟ ନିଖୋଜ ଅଛନ୍ତି । ନିଖୋଜ ୯ ଜଣଙ୍କ ମଧ୍ୟରୁ ୫ ଜଣ ତେଲେଙ୍ଗାନା ଏବଂ ଗୁଜରାଟର ବୋଲି ଜଣାପଡ଼ିଛି । ନ୍ୟୁଜିଲାଣ୍ଡରେ ଭାରତର ଉଚ୍ଚାଯୁକ୍ତ ସଂଜୀବ କୋହଲୀ ଟ୍ୱିଟ୍ କରି ୯ ଜଣ ଭାରତୀୟଙ୍କ ନିଖୋଜ ହେବା ପ୍ରକାଶ କରିଛନ୍ତି ।

{"id":93996}

ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ଅଷ୍ଟ୍ରେଲିୟ ନାଗରିକଙ୍କ ସମେତ ୪ଜଣଙ୍କୁ ଗିରଫ କରି ପଚାରାଉଚରା ଜାରି ରଖିଛି ନ୍ୟୁଜିଲ୍ୟାଣ୍ଡ ପୋଲିସ ।

ଘଟଣାକୁ ସାରା ବିଶ୍ବ ନିନ୍ଦା କରିଛନ୍ତି । ଏହି ବିଭତ୍ସ ଗୁଳିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଦେଶର ଇତିହାସରେ ଏହା ସବୁଠାରୁ ଭୟଙ୍କର ଘଟଣା ବୋଲି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ।

{"id":93995}

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ବାଂଲାଦେଶ କ୍ରିକେଟ ଟିମ୍‌ର ଖେଳାଳି ମାନେ ଏହି ଗୁଳିକାଣ୍ଡରୁ ଅଳ୍ପକେ ବର୍ତି ଯାଇଛନ୍ତି । ନେଟ୍ ପ୍ରାକ୍ଟିସ ପରେ ମସଜିଦକୁ ନମାଜ ପାଠ କରିବାକୁ ଯାଇଥିଲେ ଖେଳାଳି । ତେବେ ଗୁଳିକାଣ୍ଡ ବେଳେ ଖେଳାଳିମାନେ ପାର୍କ ରାସ୍ତା ଦେଇ ଦୌଡି ଦୌଡି ନିଜକୁ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ।  

ଏଭଳି ଘଟଣା ପରେ ଖ୍ରୀଷ୍ଟଚର୍ଚ୍ଚ ଆଖପାଖରେ ଥିବା ସମସ୍ତ ମସଜିଦକୁ ଖାଲି କରିଦିଆଯାଇଛି । ଘଟଣାରେ ସଂପୃକ୍ତ ଅଭିଯୋଗରେ ୪ଜଣଙ୍କୁ ଗିରଫ କରି ପୋଲିସ ଛାନଭିନ୍ ଚଳାଇଛି । ଗୁଳିକାଣ୍ଡର ପ୍ରକୃତ ରହସ୍ୟ ଏବେ ବି ସନ୍ଦେହ ଘେରରେ ରହିଛି । ଏଯାଏଁ ଗୁଳିକାଣ୍ଡ ପାଇଁ କେହି ବି ନିଜକୁ ଦାୟୀ କରିନାହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.