Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: କୋଭିଡ୍-୧୯ ପରିଚାଳନା କମିଟିରୁ ଗୋଟିଏ ଦିନରେ ୯ ଜଣ ଆଇଏଏସ ଅଫିସରଙ୍କୁ ଅବ୍ୟାହତି

5/06/2020 at 8:15 PM

ଭୁବନେଶ୍ୱର, ୦୫|୦୬:    ରାଜ୍ୟ ସରକାର କୋଭିଡ-୧୯ ପରିଚାଳନା କମିଟିରେ ଏକ ବଡ ଧରଣର ପରିବର୍ତ୍ତନ କରିଛନ୍ତି । କୋଭିଡ୍-୧୯ ପରିଚାଳନାର ବିଭିନ୍ନ ଦାୟିତ୍ୱରେ ଥିବା ୯ ଜଣ ଆଇଏଏସ  ଅଧିକାରୀଙ୍କୁ ଅବ୍ୟାହତି ଦିଆଯାଇଛି।

ଦାୟିତ୍ୱରୁ ଅବ୍ୟାହତି ଦିଆ ଯାଇଥିବା ଆଇଏଏସ ଅଧିକାରୀମାନେ ହେଲେ ସୁରେନ୍ଦ୍ର କୁମାର, ବିଶାଲ ଦେବ, କ୍ରିଷନ କୁମାର, ଅରବିନ୍ଦ ଅଗ୍ରଓ୍ୱାଲ, ସଚିନ ରାମଚନ୍ଦ୍ର ଯଦାବ, ଭୁପେନ୍ଦ୍ର ସିଂ ପୁନିଆ, ରଶ୍ମିତା ପଣ୍ଡା, ଅନୁ ଗର୍ଗ  ଏବଂ ଆର ଭିନିଲ କ୍ରିଷ୍ଣା । ଏହି ଅଧିକାରୀମାନଙ୍କୁ ମାର୍ଚ୍ଚ ୨୫ରେ କୋଭିଡ-୧୯ ପରିଚାଳନା କମିଟିରେ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ତେବେ ଶୁକ୍ରବାର ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ଏହି ପ୍ରାଶାସନିକ ଅଧିକାରୀମାନଙ୍କୁ କୋଭିଡ-୧୯ ପରିଚାଲନାରୁ ଅନ୍ତର କରିଛନ୍ତି । ତେବେ ମାର୍ଚ୍ଚ ୨୫ରେ ଏହି ଅଧିକାରୀମାନଙ୍କୁ କୋଭିଡ-୧୯ ପରିଚାଳନା ସହ ସଂପୃକ୍ତ କରାଯାଇଥିଲା । ଆଜି ସେଥିରେ ପରିବର୍ତ୍ତନ କରାଯାଇଛି । ସରକାରୀ ନିଷ୍ପତ୍ତି ଅନୁଯାୟୀ,  ଅନୁ ଗର୍ଗଙ୍କୁ କୋଭିଡ-୧୯ ଟ୍ରେନିଂ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିବା ବେଳେ ଭିନିଲ୍ କ୍ରିଷ୍ଣାଙ୍କୁ ସିଏମଓର କୋଭିଡ ପରାମର୍ଶଦାତା ପଦରୁ ଅବ୍ୟାହତି ଦିଆଯାଇଛି । ସେହିପରି ସୁରେନ୍ଦ୍ର କୁମାରଙ୍କୁ କୋଭିଡ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ, ବିଶାଳ ଦେବଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । କିଷନ କୁମାରଙ୍କୁ କୋଭିଡ-୧୯ ଡିଜିଟାଲ ରେସପନ୍ସ୍ ଦାୟିତ୍ବ,  ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ସହାୟତା ଦାୟିତ୍ୱ, ସଚିନ ଯାଦବଙ୍କୁ ମୁଖ୍ୟ ସଚିବଙ୍କ ଓଏସଡି ଦାୟିତ୍ୱ ଏବଂ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ସହାୟତା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

ପ୍ରକାଶଯୋଗ୍ୟ ଯେ, ଗତକାଲି ବରିଷ୍ଠ ଅଫିସର ହେମନ୍ତ ଶର୍ମାଙ୍କୁ କୋଭିଡ-୧୯ ପରିଚାଳନାରୁ ମଧ୍ୟ ଅବ୍ୟାହତି ଦିଆଯାଇଥିଲା । ସେ କୋଭିଡ-୧୯ ପରିଚାଳନାର ପରଚେଜ୍ କମିଟି ଦାୟିତ୍ୱରେ ଥିଲେ ।  

   Related Posts