Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର

14/05/2021 at 11:07 AM

ଚଣ୍ଡିଖୋଲ ୧୪।୫: ସଡକ ଦୁର୍ଘଟଣା ଧରେଇ ଦେଲା ଧଳା ଜହର । ଜବତ ହେଲା ୯ ଗ୍ରାମର ଧଳା ଜହର । ଯାଜପୁର ଜିଲ୍ଲା ଶ୍ରୀରାମପୁର ଟୋଲ୍ ଗେଟ୍ ନିକଟରୁ ଜଣେ ଯୁବକଙ୍କ ନିକଟରୁ ୯ ଗ୍ରାମର ଧଳା ଜହର ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଚଣ୍ଡିଖୋଲ ପଟୁ ଆସୁଥିବା ବେଳେ ଶ୍ରୀରାମପୁର ଟୋଲ୍ ଗେଟ୍ ସମ୍ମୁଖରେ ଗୋଟିଏ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଦୁଇ ଜଣ ଯୁବକ ଦୁର୍ଘଟଣା ଘଟାଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଜଣକୁ କାବୁ କରି ନେଇଥିବା ବେଳେ ଜଣେ ଖସି ପଳାଇ ଥିଲା । ଅଟକ ଯୁବକକୁ ଧର୍ମଶାଳା ପୋଲିସ ଗିରଫ କରିଥିବା ବେଳେ ଯୁବକକ ନିକଟରୁ ୯ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି । ଗିରଫ ଯୁବକ ମାହାଙ୍ଗା ଅଞ୍ଚଳର ବୋଲି ଜଣାପଡିଛି ।

ଏହା ପୂର୍ବରୁ ମଧ୍ୟ ଗାନ୍ଧୀଛକ ନିକଟରୁ ଜଣେ ଯୁବକଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ । ଯାଜପୁର ଜିଲ୍ଲାରେ ଏବେ ଧଳା ଜହର କାରବାର ବୃଦ୍ଧି ପାଉଥିବା ବେଳେ ଯୁବପୀଢୀଙ୍କୁ ଟାର୍ଗେଟ କରାଯାଉଛି ।

   Related Posts