ଭୋପାଳ୨୬|୯: ମଧ୍ୟ ପ୍ରଦେଶ କ୍ରାଇମ ବ୍ରାଞ୍ଚ ଦେହ ବ୍ୟବସାୟ ଆଡ୍ଡା ଉପରେ ଚଢ଼ାଉକରି ଏକ ଆନ୍ତଃରାଜ୍ୟ ଦେହ ବ୍ୟବସାୟ ଗ୍ୟାଙ୍ଗର ପର୍ଦ୍ଦଫାଶ କରିଛି। ଦେହ ବ୍ୟବସାୟରେ ସଂପୃକ୍ତ ୯ ଜଣ ଯୁବତୀ ଓ ୧୧ ଯୁବକଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଦୀର୍ଘଦିନ ହେବ ଏମାନେ ଖୋଲା ସ୍ଥାନରେ ବେଧଡ଼କ ଭାବେ ଦେହ ବ୍ୟବସାୟ କରୁଥିଲେ। କ୍ରାଇମ ବ୍ରାଞ୍ଚ ଖବର ପାଇବା ପରେ ଏହି ହାଇ ପ୍ରୋଫାଇଲ ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା।
ପୋଲସର ଅଧିକାରୀ ଶୈଳେନ୍ଦ୍ର ଚୌହାନଙ୍କ ସୂଚନା ଅନୁସାରେ, ମଧ୍ୟ ପ୍ରଦେଶର କୋଲାର ରୋଡ଼ସ୍ଥିତ ଦାନିଶକୁଞ୍ଜରେ ଦେହ ବ୍ୟବସାୟ ଚାଲୁଥିଲା। ପୋଲିସ ଅଚାନକ ଚଢ଼ାଉକରି ସେକ୍ସ ରାକେଟର ପରିଚାଳିକା ଓ ପରିଚାଳକ ଉଭୟଙ୍କୁ ଗିରଫ କରିଛି। କ୍ରାଇମ ବ୍ରାଞ୍ଚ ହାତରେ ଖବର ଲାଗିବା ପରେ ପୋଲିସ ସେକ୍ସ ରାକେଟର ଚାଲୁଥିବା ଆଡ୍ଡାର ଚର୍ତୁପାଶ୍ବକୁ ଘେରି ଯାଥିଲେ। କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତିଙ୍କୁ ଗିରଫ କରିବା ପରେ ତଦନ୍ତ ଜାରି ରଖିଛି। ପୃଥକ ପୃଥକ ରୁମରୁ ମହିଳା ଓ ଗ୍ରାହକଙ୍କୁ କ୍ରାଇମ ବ୍ରାଞ୍ଚ ପୋଲିସ ଗିରଫ କରିଥିଲା। ଫୋନ ମାଧ୍ୟମରେ ଏମାନଙ୍କୁ ବାହାର ରାଜ୍ୟରୁ ଡକା ଯାଉଥିଲା।